Uncategorized

ପଙ୍ଗୋଗ ହ୍ରଦରେ ପଛଘୁଞ୍ଚା ଦେଲା ଚୀନ

ନୂଆଦିଲ୍ଲୀ: ଭାରତର ଆଗରେ ମୁଣ୍ଡ ନୁଆଁଇଲା ଡ୍ରାଗନ । ପଙ୍ଗୋଗ ହ୍ରଦରେ ପଛଘୁଞ୍ଚା ଦେଇଛି ଚୀନ । ଭାରତ ଗଲୱାନ ସଂଘର୍ଷ ପୂର୍ବରୁ ପଙ୍ଗୋଙ୍ଗ ହ୍ରଦ ନିକଟରେ ଚାଇନା ନିର୍ମାଣ କରିଥିବା ସେନା ଶିବିର ଓ ମୁତୟନ କରିଥିବା ଯବାନଙ୍କୁ ହଟାଇବାକୁ ଦାବି କରିଥିଲା। ଚୀନ ପଛଘୁଞ୍ଚା ଦେଇଥିବା ସାଟେଲାଇଟ ଇମେଜରୁ ସ୍ପଷ୍ଟ ହୋଇଛି ।
ଜୁଲାଇ ୨୬ରେ ଆସିôତବା ସ୍ୟାଟେଲାଇଟ ଇମେଜ ରେ ଦେଖିବାକୁ ମିଳିଛି, ଚାଇନାର କାର୍ୟ୍ୟକଳାପ ପଙ୍ଗୋଙ୍ଗ ହ୍ରଦ ନିକଟ ଫିଙ୍ଗର ୪ରୁ ୮ ମଧ୍ୟରେ ଚାଲିଥିବା ସ୍ପଷ୍ଟ ହୋଇଥିଲା। ହେଲେ ଜୁଲାଇ ୧୦ ଛବି ଅନୁଯାୟୀ, ଚାଇନା ବିବାଦୀୟ ଅଞ୍ଚଳରୁ ନିଜର ସେନା ପ୍ରତ୍ୟାହାର କରିବା ସହ ଅସ୍ଥାୟୀ ଶିବିରକୁ ହଟାଇ ଦେଇଛି। ତେବେ ଏହାଠାରୁ କିଛି ଦୂରତାରେ ଶତାଧିକ ଚାଇନିଜ ଯବାନ, ଗାଡ଼ି ଓ ଟେଣ୍ଟ ରହିଛି। ଅର୍ଥାତ ଚାଇନା ଆଶିଂକ ଭାବେ ପଙ୍ଗୋଙ୍ଗ ହ୍ରଦ ନିକଟରୁ ପଛକୁ ହଟିଛି। ସଂପୂର୍ଣ୍ଣ ଭାବେ ଡିସଏନଗେଜମେଣ୍ଟ କରିନାହିଁ।
ସେହିପରି ଫିଙ୍ଗର ୪ର ପୂର୍ବ ଭାଗର ୧୦ କିମି ଦୂରରେ ଚାଇନାର ଦ୍ରୁତଗାମୀ ନୀରିକ୍ଷଣ ଜାହାଜ ପୂର୍ବଭଳି ରହିଛି। ଭାରତ ଏଲଏସିର ଯେଉଁ ଅଞ୍ଚଳକୁ ନିଜର ବୋଲି କହି ଆସୁଛି, ସେଠାରେ ଏହି ଜାହାଜ ରହିଛି। ତେଣୁ ଆଗକୁ ଭାରତ ଓ ଚାଇନା ମଧ୍ୟରେ ହେବାକୁ ଥିବା ବୈଠକ ବେଳେ ଏହି ସବୁ ଅଞ୍ଚଳରୁ କେମିତି ଡିସଏନଗେଜମେଣ୍ଟ ପ୍ରକ୍ରିୟାକୁ ଜୋରଦାର କରାଯିବ, ତା’ ଉପରେ ଗୁରୁତ୍ୱ ଦିଆଯିବ।

Related posts

ଅର୍ଦ୍ଧ ସୁରକ୍ଷା ବଳର ମହା ନିର୍ଦ୍ଦେଶକ ହେଲେ ଏ ପି ମାହେଶ୍ୱରୀ

mahabharatanews

ଆତଙ୍କୀ ପାଣ୍ଠି ସଂଗ୍ରହ ମାମଲାରେ ହାଫିଜ ଦୋଷୀ ସାବ୍ୟସ୍ତ

mahabharatanews

ପୁଲିସ ଏନକାଉଣ୍ଟରରେ ବିକାଶ ଦୁବେ ନିହତ

mahabharatanews