(ମହାଭାରତ/ଇସଲାମାବାଦ): ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ତଥା କୁଖ୍ୟାତ ଆତଙ୍କବାଦୀ ହାଫିଜ ସୟିଦଙ୍କୁ ପାକିସ୍ତାନର ଆତଙ୍କବାଦ ନିରୋଧୀ କୋର୍ଟ ଆତଙ୍କୀଙ୍କ ପାଇଁ ପାଣ୍ଠି ସଂଗ୍ରହ ମାମଲାରେ ଦୋଷୀ ସାବ୍ୟସ୍ତ କରିଛନ୍ତି । ପାକିସ୍ତାନ ଅନ୍ତର୍ଗତ ପଞ୍ଜାବ ପ୍ରଦେଶର ବିଭିନ୍ନ ସ୍ଥାନରେ ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ହାଫିଜ ଓ ତାର ସହଯୋଗୀମାନେ ପାଣ୍ଠି ସଂଗ୍ରହ କରୁଥିବା କୋର୍ଟ ବିଚାରପତି ମାଲିକ ଆଶ୍ରଦ ଭୁଟ୍ଟୋ କହିଛନ୍ତି । ପାକିସ୍ତାନ ପଞ୍ଜାବ ପ୍ରଦେଶ ପୋଲିସର ଆତଙ୍କବାଦୀ ନିରୋଧ ବିଭାଗ ଗତ ଜୁଲାଇ ୧୭ରେ ହାଫିଜ ଓ ତାର ସହଯୋଗୀମାନଙ୍କ ବିରୋଧରେ ୨୩ଟି ମାମଲା ରୁଜୁ କରିଥିଲା । ଏହାପରେ ହାଫିଜକୁ ଗିରଫ କରି ଲକ୍ଷପତ ଜେଲରେ ରଖାଯାଇଥିଲା ।
ସୂଚନାଯୋଗ୍ୟ, ପାକିସ୍ତାନ ଆତଙ୍କବାଦୀଙ୍କୁ ପ୍ରୋତ୍ସାହନ ଦେଉଥିବା ଜଣାପଡିବା ପରେ ଏଫଟିଏଫ ପାକିସ୍ତାନକୁ ଗ୍ରେ ତାଲିକାଭୁ୍କ୍ତ କରିଥିଲା । ୨୦୨୦ ଫେବୃଆରୀ ମଧ୍ୟରେ ଯଦି ପାକିସ୍ତାନ ଆତଙ୍କବାଦର ମୂଳପୋଛ ପାଇଁ କାର୍ଯ୍ୟ ନ କରେ ଓ ଆତଙ୍କୀ ସଂଗଠନକୁ ମିଳୁଥିବା ପାଣ୍ଠି ଉପରେ ରୋକ ନ ଲଗାଏ, ତେବେ ଦେଶକୁ କଳାତାଲିକା ଭୁକ୍ତ କରାଯିବ ବୋଲି ଏଫଏଫଟିଏଫ ଚେତାବନୀ ଦେଇଛି । ବିଶ୍ୱର ଅନେକ ରାଷ୍ଟ୍ର ପାକିସ୍ତାନ ଉପରେ ଚାପ ପକାଇବାରୁ ଇମ୍ରାନ ସରକାର ବାଧ୍ୟ ହୋଇ ହାଫିଜ ଓ ତା’ସହ ଜଡିତ ସଂଗଠନ ଗୁଡିକ ବିରୋଧରେ ତଦନ୍ତ ଆରମ୍ଭ କରିଥିଲେ ।
previous post
next post