ଓଡିଶା

ମରାମତି କାର୍ଯ୍ୟ ସମ୍ପୁର୍ଣ୍ଣ ହେବା ପରେ ରତ୍ନାଳଙ୍କାରର ଗଣତି ଓ ମଣତି ପାଇଁ ପ୍ରସ୍ତୁତ

ରତ୍ନଭଣ୍ଡାରର ମରାମତି କାର୍ଯ୍ୟ ସମ୍ପୁର୍ଣ୍ଣ ହେବା ପରେ ରତ୍ନାଳଙ୍କାରର ଗଣତି ଓ ମଣତି ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି। ଏନେଇ ପୂର୍ବରୁ ଆଇନ ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି। ତେବେ ଏହି ମଣତି ଓ ଗଣତି କିଭଳି ଭାବେ ହେବ ତାକୁ ନେଇ ରାଜ୍ୟ ସରକାର ସ୍ୱତନ୍ତ୍ର ଭାବେ ଏକ  SOP ଅଥବା Standard operating procedure ଜାରୀ କରିବେ। ଏଣୁ ଆଜି ରତ୍ନଭଣ୍ଡାର ତଦାରଖ କମିଟିର ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥଙ୍କ ଅଧ୍ୟକ୍ଷତାରେ  ଅପରାହ୍ନ ସାଢେ଼ ୪ଟାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହେବ। ଏହି ବୈଠକରେ ଜଷ୍ଟିସ ରଥଙ୍କ ବ୍ୟତିତ ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ,ଏସପି , ପରିଚାଳନା କମିଟି ସଦସ୍ୟ, ଛତିଶା ନିଯୋଗ ସଭାପତି ପ୍ରମୁଖ ଉପସ୍ଥିତ ରହିବେ। ରତ୍ନାଳଙ୍କାର ଅସ୍ଥାୟୀ ଭଣ୍ଡାରକୁ ସ୍ଥାନାନ୍ତରିତ ହେବା ସମୟରେ ନିତି କାନ୍ତି ,ଦର୍ଶନ ବ୍ୟବସ୍ଥା, ସୁରକ୍ଷା ବ୍ୟବସ୍ଥା ଆଦିକୁ ନେଇ ଯେଭଳି ଏସଓପି ପ୍ରସ୍ତୁତ ହୋଇଥିଲା ଠିକ୍ ସେହିଭଳି  ଭାବେ ଏସଓପି ପ୍ରସ୍ତୁତ ହେବ। ଆଜି ଏନେଇ ବିସ୍ତୃତ ଆଲୋଚନା କରାଯାଇ ଏକ ଡ୍ରାଫ୍ଟ ପ୍ରସ୍ତୁତ କରାଯିବ। ଏହି ଡ୍ରାଫ୍ଟ ପରିଚାଳନା କମିଟିକୁ ଯିବ। ପରିଚାଳନା କମିଟି ଅନୁମୋଦନ କରିବା ପରେ ରାଜ୍ୟ ସରକାରଙ୍କ ନିକଟକୁ ପଠାଯିବ। ସରକାର ଏହାକୁ ତର୍ଜମା କରି  ଚୁଡାନ୍ତ ଏସଓପି ଜାରୀ କରିବେ ବୋଲି କହିଛନ୍ତି ମୁଖ୍ୟ ପ୍ରଶାସକ।

Related posts

ଟ୍ରକ ଧକ୍କାରେ ସ୍ତ୍ରୀ ମୃତ , ସ୍ୱାମୀ, ଦିଅର  ଆହତ

mahabharatanews

ଜୟପୁରରେ ୧୪୪ ଧାରା ଜାରି

mahabharatanews

ହଷ୍ଟେଲ ଛାତରୁ ପଡି ଦଶମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟ

mahabharatanews