ଭୁବନେଶ୍ୱର:ପ୍ରକାଶ ପାଇଲା ଯୁକ୍ତ ୨ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ । ଉଐଝଋ କାର୍ଯ୍ୟାଳୟରେ ବିଓିବଦ୍ଧ ଭାବେ ରେଜଲ୍ଟ ପ୍ରକାଶ ପାଇଲା । ରେଜଲ୍ଟ ଘୋଷଣା କରିଛନ୍ତି ଗଣ ଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡି। ଉଭୟ ବିଜ୍ଞାନ ଓ ବାଣିଜ୍ୟ ଭଲ ରେଜଲ୍ଟ ହୋଇଛି ।ବିଜ୍ଞାନରେ ପାସ୍ ହାର ୮୩.୯୩ ପ୍ରତିଶତ । ବାଣିଜ୍ୟରେ ପାସ୍ ହାର ୮୧.୧୨ପ୍ରତିଶତ ପାସ ହୋଇଛନ୍ତି । ଚଳିତ ବର୍ଷ ଛାତ୍ର ତୁଲନାରୋ ଛାତ୍ରୀଆଗୁଆ ଅଛନ୍ତି ଅଛନ୍ତି ।ଝିଅଙ୍କ ପାସ ହାର ୮୫.୬୭% ପୁଅଙ୍କ ପାସ ହାର ୮୪.୨୮% ରହିଛି । ନୟାଗଡରେ ସର୍ବାଧିକ ପାସହାର ୯୩.୯% ।ବୌଦ୍ଧରେ ସର୍ବନିମ୍ନ ପାସହାର ୫୫.୫୫% ରହିଛି ।
ବିଜ୍ଞାନରେ ୯୩,୭୩୪ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବାବ ବେଳେ ୭୮,୯୩୮ ଛାତ୍ରଛାତ୍ରୀ ପାସ୍ ହୋଇଛନ୍ତି। ପ୍ରଥମ ଶ୍ରେଣୀରେ ୩୯,୫୭୩ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ଦ୍ୱିତୀୟ ଶ୍ରେଣୀରେ ୨୪,୨୫୭ ଓ ତୃତୀୟ ଶ୍ରେଣୀରେ ୧୪,୮୫୨ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି।
ପରୀକ୍ଷା ଫଳ www.orissaresults.nic.in ୱେବସାଇଟ୍ରେ ଉପଲବ୍ଧ ହେବ। ୱେବସାଇଟ୍କୁ ଯାଇ ଛାତ୍ରଛାତ୍ରୀ ରେଜଲ୍ଟ ଦେଖିପାରିବେ। ଏଥି ସହ କଲେଜଗୁଡ଼ିକର ସାମ୍ସ ‘ଇ-ସ୍ପେସ୍’ରେ ପିଲାଙ୍କ ଫଳାଫଳ ଉପଲବ୍ଧ ହେବ ।
ପ୍ରଥମ ପଦ୍ଧତିରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସ୍ତରରେ ହୋଇଥିବା ଇଣ୍ଟରନାଲ୍ ପରୀକ୍ଷାରେ ଛାତ୍ରଛାତ୍ରୀମାନେ ପାଇଥିବା ମାର୍କରୁ ୨୦% ୱେଟେଜ୍(ହାରାହାରି ମାର୍କ) ଓ ଦ୍ୱାଦଶ ପରୀକ୍ଷାର ୮୦% ୱେଟେଜ୍କୁ ନିଆଯାଇ ପିଲାଙ୍କୁ ପ୍ରତ୍ୟେକ ବିଷୟର ମାର୍କ ଦିଆଯାଇଛି। ପିଲାଙ୍କ ତିନୋଟି ଇଣ୍ଟରନାଲ୍ ପରୀକ୍ଷା ମଧ୍ୟରୁ ସର୍ବାଧିକ ମାର୍କ ପାଇଥିବା ଦୁଇଟି ପରୀକ୍ଷାକୁ ବିଚାରକୁ ନିଆଯାଇଛି।