(ଭୁବନେଶ୍ୱର) : ଯୁକ୍ତ ଦୁଇ ପରୀକ୍ଷା ପ୍ରଶ୍ନପତ୍ରରେ ତ୍ରୁଟି ରହିଥିଲା ଏଭଳି କିଛି ସ୍ୱୀକାର କରିଛି CHSE । ଯୁକ୍ତ ଦୁଇ ଫିଜିକ୍ସ ପରୀକ୍ଷା ପ୍ରଶ୍ନପତ୍ରେ ତ୍ରୁଟି ହୋଇଥିବା ନେଇ କହିଛନ୍ତି ପରୀକ୍ଷା ନିୟନ୍ତ୍ରକ । ପ୍ରେସମିଟ୍ କରି ସୂଚନା ଦେବା ସମୟରେ ପରୀକ୍ଷା ନିୟନ୍ତ୍ରକ ଆଶୋକ ନାୟକ କହିଛନ୍ତି ‘ଆଉଟ ଅଫ୍ ସିଲାବସ୍ ନୁହେଁ, ଚଏସ୍ ଡେଫିସିଟ୍ ରହିଛି’ । ମେ’ 15 ସୁଦ୍ଧା ପରୀକ୍ଷା ଫଳ ପ୍ରକାଶ ପାଇବ ।
ସେ କହିଛନ୍ତି, ରେଗୁଲାର ଓ ଏକ୍ସ ରେଗୁଲାର ପିଲାଙ୍କ ପାଇଁ ପ୍ରଶ୍ନପତ୍ର ପ୍ରସ୍ତୁତ କରାଯାଇଥିଲା । କିନ୍ତୁ ଏହି ତ୍ରୁଟି ରେଗୁଲାର ପିଲାଙ୍କ କ୍ଷେତ୍ରରେ ହୋଇଛି କିନ୍ତୁ ଏକ୍ସରେଗୁଲାର ପିଲାଙ୍କ କ୍ଷେତ୍ରରେ ନୁହେଁ । ପ୍ରଶ୍ନପତ୍ରରେ ୧୯ମାର୍କର ଚଏସ୍ ଡେଫିସିଟ୍ ସମସ୍ୟା ହୋଇଛି । ପିଲାଙ୍କୁ ୧୯ମାର୍କର ଗ୍ରେସ୍ ମାର୍କ ମିଳିବ ନାହିଁ । କେବଳ ଯେଉଁ ପିଲା ସମ୍ପକ୍ତ ପ୍ରଶ୍ନର ଉତ୍ତର ଲେଖିଥିବେ ସେମାନଙ୍କୁ ଗ୍ରେସ୍ ମାର୍କ ମିଳିବ । କିନ୍ତୁ ଯେଉଁମାନେ ଉତ୍ତର ଆଟେଣ୍ଡ କରିନଥିବେ ସେମାନଙ୍କୁ ଗ୍ରେସ୍ ମାର୍କ ମିଳିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ପରୀକ୍ଷା ନିୟନ୍ତ୍ରକ । କେଉଁଠି ତ୍ରୁଟି ରହିଲା ତଦନ୍ତ କରି ପଦକ୍ଷେପ ନିଆଯିବ ବୋଲି କହିଛନ୍ତି । ଗୋଟିଏ ଦିନରେ ଯୁକ୍ତ ୨କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ପରୀକ୍ଷା ଫଳ ପ୍ରକାଶ ପାଇବ । ଏନେଇ ସୂଚନା ଦେଇଛନ୍ତି ସିଏଚଏସଇ ପରୀକ୍ଷା ନିୟନ୍ତ୍ରକ ଅଶୋକ କୁମାର ନାୟକ ।