ଅପରାଧ

ଲାଞ୍ଚ ମୁହାଁ ସରକାରୀ କର୍ମଚାରୀ: ପୁଣି ଜଣେ କିରାଣୀ ଗିରଫ

ଭୁବନେଶ୍ୱର: ୬ହଜାର ଟଙ୍କା ଲାଞ୍ଚ ନେଇ ଧରାପଡିଲେ ବରିଷ୍ଠ କିରାଣୀ । କନ୍ଧମାଳ ଜିଲ୍ଲା, ବାଲିଗୁଡାର ଆଇଟିଡିଏ ଅଫିସର ବରିଷ୍ଠ କିରାଣୀ ବସନ୍ତ କୁମାର ପାଣି ଲାଞ୍ଚ ନେବା ବେଳେ କାବୁ କରି ନେଇଛି ଭିଜିଲ।।ନ୍ସ । ଭିଜିଲାନ୍ସ ଚଢଉ ବେଳେ ତାଙ୍କ ଘରୁ ନଗଦ ୧୩.୨୫ ଲକ୍ଷ ଟଙ୍କା ଜବତ ହୋଇଛି।
ସୂଚନା ଅନୁଯାୟୀ ଅଭିଯୋଗକାରୀ କଣ୍ଟ୍ରାକ୍ଟରଙ୍କର ଏକ ସିକ୍ୟୁରିଟି ଡିପୋଜିଟ ରିଲିଜ କରିବାକୁ କିରାଣୀ ମହାଶୟ ୬ ହଜାର ଟଙ୍କା ଦାବି କରିଥିଲେ । ଏନେଇ କଣ୍ଟ୍ରାକ୍ଟର ଭିଜିଲାନ୍ସରେ ଅଭିଯୋଗ କରିଥିଲେ । ବୁଧବାର ସଂଧ୍ୟାରେ ପାଣି କଣ୍ଟ୍ରାକ୍ଟରଙ୍କଠାରୁ ଟଙ୍କା ନେବା ବେଳେ ତାଙ୍କୁ କାବୁ କରିନେଇଥିଲା ଭିଜିଲାନ୍ସ । ପାଣିଙ୍କ ଘରେ ଚଢାଉରେ ଭିଜିଲାନ୍ସକୁ ଅନ୍ୟାନ୍ୟ ଦାମୀ ଜିନିଷ ସହ ମିଳିଥିଲା ୧୩.୨୫ ଲକ୍ଷ ନଗଦ ଟଙ୍କା । ତାଙ୍କୁ ଗିରଫ କରାଯାଇ ବ୍ରହ୍ମପୁର ଭିଜିଲାନ୍ସରେ ଏକ ମାମଲା ରୁଜୁ ହୋଇଛି ତଥା ଅଧିକ ଯାଞ୍ଚ ଜାରି ରହିଛି ।

Related posts

ଟ୍ରକ ଚକା ତଳେ ଚାପି ହୋଇଗଲେ ମହିଳା

mahabharatanews

ନାବାଳିକାଙ୍କୁ ବୃଦ୍ଧଙ୍କ ଦୁଷ୍କର୍ମ ଅଭିଯୋଗ

mahabharatanews

ଟ୍ରକ୍ ଡ୍ରାଇଭରଙ୍କୁ ଆକ୍ରମଣ ଅଭିଯୋଗରେ ୩ ଗିରଫ

mahabharatanews