ଓଡିଶା

ଡିସେମ୍ବର ୨୬ରୁ ଜାନୁଆରୀ ୪ ଭିତରକନିକା ବନ୍ଦ

(ମହାଭାରତ, ରାଜନଗର): ବଉଳା କୁମ୍ଭୀରଙ୍କ ଏନ୍ତୁଡିଶାଳ ଭାବେ ପରିଚିତ ବିଶ୍ୱପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ କିଛି ଦିନ ପାଇଁ ବନ୍ଦ ରହିବ । ଆସନ୍ତା ଡିସେମ୍ବର ୨୬ରୁ ଜାନୁଆରୀ ୪ ତାରିଖ ପର୍ଯ୍ୟନ୍ତ କୁମ୍ଭୀର ଗଣନା କରାଯିବା ପାଇଁ ଯୋଜନା ଥିବାରୁ ଏହି ୯ ଦିନ ପାଇଁ ଉଦ୍ୟାନ ବନ୍ଦ ରହିବ । ବିଶେଷକରି ରାଜନଗର ବନଖଣ୍ଡ ଅନ୍ତର୍ଗତ ରାଜନଗର ରେଞ୍ଜ, କନିକା ରେଞ୍ଜ, ଗହୀରମଥା ଓ କୁଜଙ୍ଗ ରେଞ୍ଜରେ ଏହି ଗଣନା କରାଯିବ । ତେଣୁ ପର୍ଯ୍ୟଟକଙ୍କ ପାଇଁ ଏହି ସମୟରେ ଜାତୀୟ ଉଦ୍ୟାନ ବନ୍ଦ ରହିବ ବୋଲି ବନଖଣ୍ଡ ଅଧିକାରୀ ବିକାଶ ରଞ୍ଜନ ଦାଶ ସୂଚନା ଦେଇଛନ୍ତି ।

Related posts

ଭୁବନେଶ୍ୱରରେ ଶବରୀ ସାଂସ୍କୃତିକ ପରିଷଦର “ଶବରୀ ଭବନ” ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

mahabharatanews

ଆଗକୁ ବଢିବ ସଂକ୍ରମଣ, ଆମେ ପ୍ରସ୍ତୁତ: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

mahabharatanews

ବିଶ୍ୱର ସର୍ବ ବୃହତ ଟୀକାକରଣ ଅଭିଯାନକୁ ଏକ ବର୍ଷ ପୂର୍ତ୍ତି

mahabharatanews