ଓଡିଶା

ପୋଲ ତଳକୁ ବାଇକ ଖସି ୨ ମୃତ

(ମହାଭାରତ, ରେଢାଖୋଲ): ରେଢାଖୋଲ ଥାନା ଅନ୍ତର୍ଗତ ଲଇଣ୍ଡାମାଲ ପୋଲ ତଳକୁ ଏକ ବାଇକ ଖସି ଦୁଇ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକ ଦ୍ୱୟ ବୀରମହାରାଜପୁର ଥାନା ବାଘବର ପଞ୍ଚାୟତର ଫୁଲଚରା ଗାଁର ବାସିନ୍ଦା ବୋଲି ଜଣାପଡିଛି ।
ସୂଚନା ଅନୁଯାୟୀ, ସୋମବାର ଯୁବକ ଦ୍ୱୟ ଏକ ନିର୍ବନ୍ଧ କାର୍ଯ୍ୟରେ ଯୋଗ ଦେବା ପାଇଁ ଗୋଟିଏ ବାଇକରେ ଝରାପ ଗାଁକୁ ଯାଉଥିଲେ । ଲଇଣ୍ଡାମାଲ ଠାରେ ବାଇକଟି ଭାରସାମ୍ୟ ହରାଇ ପୋଲ ତଳକୁ ଖସି ପଡିଥିଲା । ଫଳରେ ଘଟଣାସ୍ଥଳରେ ଉଭୟଙ୍କ ମୃତ୍ୟୁ ହୋଇଥିଲା । ତେବେ ସେମାନେ ନିର୍ବନ୍ଧ କାର୍ଯ୍ୟରେ ନପହଞ୍ଚିବାରୁ ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ । କିନ୍ତୁ ସେମାନଙ୍କ ପତ୍ତା ନ ମିଳିବାରୁ ପୋଲିସକୁ ଖବର ଦେଇଥିଲେ । ବିଳମ୍ବିତ ରାତିରେ ରେଢାଖୋଲ ପୋଲିସ ପୋଲ ତଳୁ ବାଇକ ସହ ସେମାନଙ୍କ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଏଥିସହ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

Related posts

ଅଟୋ-ଟ୍ରାକ୍ଟର ଧକ୍କାରେ ଛାତ୍ର ମୃତ, ୯ ଆହତ

mahabharatanews

ଝାରସୁଗୁଡା ବିଧାୟକଙ୍କୁ ହାଇକୋର୍ଟଙ୍କ ନୋଟିସ୍

mahabharatanews

ପୁଣି ଏକ ବାତ୍ୟାର ପୂର୍ବାନୁମାନ

mahabharatanews