ଓଡିଶା

ସହିଦ ଯବାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି, ଘୋଷଣା କଲେ ୨୫ ଲକ୍ଷ ଟଙ୍କା ଲେଖା ଅନୁକମ୍ପା ରାଶି

ଭୁବନେଶ୍ୱର: ଚୀନ ସୀମାନ୍ତ ଲଦାଖର ଗୁଲୱାନି ଉପତ୍ୟକାରେ ଭାରତ ଚୀନ ସେନା ମଧ୍ୟରେ ହୋଇଥିବା ରକ୍ତାକ୍ତ ସଂଘର୍ଷରେ ମୃତ୍ୟୁବରଣ କରିଥିବା ୨୦ ଯବାନଙ୍କ ମଧ୍ୟରେ ଓଡିଶାର ଦୁଇ ଯବାନ ଅଛନ୍ତି । ଏହି ଦୁଇ ବୀର ପୁତ୍ରଙ୍କୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ଦେଶ ମାତୃକା ପାଇଁ ସେମାନଙ୍କ ବଳିଦାନ ସର୍ବଶ୍ରେଷ୍ଠ ବୋଲି କହିବା ସହ ସେମାନଙ୍କ ସାହସିକତାକୁ ଅତୁଳନୀୟ ବୋଲି ବର୍ଣ୍ଣନା କରିଛନ୍ତି ମୁଖ୍ୟମନ୍ତ୍ରୀ । ଦୁଇ ଯବାନଙ୍କ ଏହି ଶୋକାକୁଳ ପରିବେଶରେ ମୁଖ୍ୟମନ୍ତ୍ରୀ ସେମାନଙ୍କ ପ୍ରତି ସମବେଦନା ଜ୍ଞାପନ ପୂର୍ବକ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୨୫ ଲକ୍ଷ ଟଙ୍କା ଲେଖାର ଅନୁକମ୍ପା ରାଶି ଘୋଷଣା କରିଛନ୍ତି ।

Related posts

ଆଗାମୀ ୩ଦିନ ପ୍ରବଳ ବର୍ଷା ସମ୍ଭାବନା, ୯ ଜିଲ୍ଲାକୁ ସତର୍କ ସୂଚନା ଜାରି

mahabharatanews

କୀଟନାଶକ ଗନ୍ଧରେ ୩ ଶିଶୁଙ୍କ ମୃତ୍ୟୁ

mahabharatanews

କୋରୋନାରେ ୧୧ ପିଲା; ସ୍କୁଲ ବନ୍ଦ

mahabharatanews