(ଦିଲ୍ଲୀ) : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବଡ଼ ଘୋଷଣା କରିଛନ୍ତି । ବର୍ତ୍ତମାନ କିନ୍ନର ସମ୍ପ୍ରଦାୟ ପାଇଁ ଦିଲ୍ଲୀ ବସ୍ରେ ଯାତ୍ରା ମାଗଣା ହେବ । ଖୁବ ଶୀଘ୍ର ଏହାକୁ କ୍ୟାବିନେଟ୍ ପାରିତ କରି କାର୍ଯ୍ୟକାରୀ କରାଯିବ ବୋଲି ସିଏମ୍ କେଜ୍ରିୱାଲ କହିଛନ୍ତି । ଏହି ନିଷ୍ପତ୍ତି କିନ୍ନର ସମ୍ପ୍ରଦାୟର ଲୋକଙ୍କୁ ବହୁତ ଲାଭଦାୟକ ହେବ ବୋଲି ସେ ଆଶା ପ୍ରକଟ କରିଛନ୍ତି ।
କେଜ୍ରିୱଲ କହିଛନ୍ତି , ଗତ ୭୫ ବର୍ଷ ମଧ୍ୟରେ ସାରା ଦେଶକୁ ଦେଖନ୍ତୁ, କୌଣସି ସରକାର ନାହାଁନ୍ତି । ଟ୍ରାନ୍ସଜେଣ୍ଡର ସମ୍ପ୍ରଦାୟ ପାଇଁ କୌଣସି ଦଳ କିମ୍ବା କୌଣସି ସରକାର କିଛି ବି କାର୍ଯ୍ୟ କରିନାହାଁନ୍ତି । ଆଜି ମୁଁ ଆପଣଙ୍କୁ କହି ବହୁତ ଖୁସି ଯେ ଟ୍ରାନ୍ସଜେଣ୍ଡର ସମ୍ପ୍ରଦାୟ ପାଇଁ ଦିଲ୍ଲୀ ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି । କେଜ୍ରିୱାଲ ଆହୁରି କହିଛନ୍ତି, “ଆମେ ସ୍ଥିର କରିଛୁ ଯେ କିନ୍ନର ସମ୍ପ୍ରଦାୟର ଲୋକଙ୍କ ପାଇଁ ଦିଲ୍ଲୀ ବସ୍ ରେ ମାଗଣା ଯାତ୍ରା ପାଇଁ ବ୍ୟବସ୍ଥା କରାଯିବ । ଯେପରି ଆମେ ମହିଳାମାନଙ୍କୁ ମାଗଣା ଯାତ୍ରା କରଉଛୁ , ଠିକ୍ ସେହିପରି କିନ୍ନର ସମ୍ପ୍ରଦାୟର ସମସ୍ତ ଲୋକଙ୍କୁ ମାଗଣା ଯାତ୍ରାର ସୁବିଧା ଦିଆଯିବ । କ୍ୟାବିନେଟର ନିଷ୍ପତ୍ତି ପାରିତ ହେବା ପରେ ଏହି ସୁବିଧା ଯଥାଶୀଘ୍ର କାର୍ଯ୍ୟକ୍ଷମ ହେବ ।