ଓଡିଶା

ଜନ୍ମଦିନ ପାଳନ କରିବେ ନାହିଁ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆସନ୍ତା କାଲି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଜନ୍ମ ଦିନ । ଜନ୍ମ ଦିନକୁ ଜାକଜମକରେ ପାଳିବାକୁ ଦଳୀୟ କର୍ମକର୍ତ୍ତା ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । କିନ୍ତୁ ଶେଷ ମୁହୂର୍ତ୍ତରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ସେ ତାଙ୍କର ୭୫ ତମ ଜନ୍ମ ଦିନ ପାଳନ କରିବେ ନାହିଁ । କରୋନାରେ ରାଜ୍ୟବାସୀ ହନ୍ତସନ୍ତ ହେଉଥିବା ବେଳେ ସେ କିପରି ଜନ୍ମ ଦିନ ପାଳନ କରିବେ ବୋଲି କହିଛନ୍ତି । ସେ କହିଛନ୍ତି, ରାଜ୍ୟବାସୀଙ୍କ ସ୍ନେହ, ପ୍ରେମ, ବିଶ୍ୱାସ ପାଇଁ ସେ ଲଗାତର ୫ ଥର କ୍ଷମତାକୁ ଆସିଛନ୍ତି । କିନ୍ତୁ ରାଜ୍ୟବାସୀ ମହାମାରୀ କରୋନାରେ କର୍ମସଂସ୍ଥାନ ହରାଇ ହଇରାଣ ହେଉଛନ୍ତି । ତାଙ୍କ ପରିବାର ବର୍ଗଙ୍କ ଦୁଃଖରେ ସେ ମର୍ମାହତ । ତେଣୁ ଚଳିତ ଜନ୍ମଦିନ ସେ ପାଳନ କରିବେ ନାହିଁ ।
ଗତବର୍ଷ ମଧ୍ୟ ମୁଖ୍ୟମନ୍ତ୍ରୀ ତାଙ୍କ ଜନ୍ମ ଦିନ ପାଳନ କରି ନ ଥିଲେ । କର୍ମକର୍ତ୍ତାଙ୍କୁ ରୋକଠୋକ ମନାକରିଥିଲେ ଜନ୍ମଦିନ ପାଳନ କରିବାକୁ କି ତାଙ୍କୁ ଉପହାର ଦେବାକୁ । ସେହି ଦିନ ନବୀନ ନିବାସକୁ ସେ ସମସ୍ତଙ୍କ ପାଇଁ ବାରଣ କରିଥିଲେ । କାରଣ ଗତବର୍ଷ ବାତ୍ୟା ଫନିରେ ରାଜ୍ୟର ୫ଟି ଜିଲ୍ଲା ପ୍ରଭାବିତ ହୋଇଥିଲା । ତେଣୁ କର୍ମକର୍ତ୍ତାଙ୍କୁ ଗିରବ ଅସହାୟଙ୍କୁ ସାହାଯ୍ୟ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ । ଚଳିତ ବର୍ଷ ମଧ୍ୟ କରୋନା ପାଇଁ ସେ

Related posts

ଶ୍ରୀ ଶ୍ରୀ ବୃନ୍ଦାବନ ଚନ୍ଦ୍ର ଜୀଉଙ୍କ ରାଧା ମାଧବଜୀଉଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ

mahabharatanews

ଲଗାଣ ବର୍ଷା; ୫ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା

mahabharatanews

କାର୍ଯ୍ୟରତ ଓ ତୋଷାଲି ସାମ୍ବାଦିକ ସଙ୍ଘ ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ

mahabharatanews