ଭୁବନେଶ୍ୱର: ପୁରୀରେ ମହାପ୍ରଭୁ ଶ୍ରଜଗନ୍ନାଥଙ୍କ ପବିତ୍ର ଘୋଷଯାତ୍ରା ପାଇଁ ସୁପ୍ରିମକୋର୍ଟ ଆଜି ଅନୁମତି ଦେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁପ୍ରିମ କୋର୍ଟଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେହିପରି କେନ୍ଦ୍ର ସରକାରଙ୍କ ସହଯୋଗ ପାଇଁ ଧନ୍ୟବାଦ ଜଣାଇଛନ୍ତି । ରଥଯ।।ତ୍ରା ପାଇଁ ରାଜ୍ୟ ସରକାର ଓ ଶ୍ରୀମନ୍ଦିର ପ୍ରଶାସନ ପୁରୀ ପ୍ରସ୍ତୁତି କରିଛନ୍ତି । ଠିକ ସମୟରେ ରଥ ଅନୁକୂଳ ଓ ନିର୍ମାଣସରିଛି । ଠାକୁରଙ୍କର ସବୁ ରୀତିନୀତି ଠିକ ଭାବରେ ଚାଲିଛି । ସେଥିପାଇଁ ମୁଁ ସେବାୟତ ବନ୍ଧୁମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ପ୍ରଶାସନ ମଧ୍ୟ ସବୁ ପ୍ରସ୍ତୁତି କରିସାରିଛି । ମୁଖ୍ୟ ଶାସନ ସଚିବ ଓ ଡିଜିଙ୍କୁ ପୁରୀକୁ ଯିବାକୁ ନିର୍ଦ୍ଦେଶ ଦେଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି ।
ବତ୍ତର୍ମାନ କୋଭିଡ ୧୯ ଯୋଗୁ ସାରା ବିଶ୍ୱ କଠିନ ପରିସ୍ଥିତି ଦେଇ ଗତି କରୁଛି । ଏପରି ସ୍ଥିତିରେ ମହାପ୍ରଭୁଙ୍କ ରଥଯାତ୍ରା ପାଳନ କରିବା ନିଶ୍ଚିତ ଭାବେ ଏକ ଚ୍ୟାଲେଞ୍ଜ । କୋଭିଡ ପରିସ୍ଥିତିରେ ରଥଯାତ୍ରାରୁ ନିଳାନ୍ଦ୍ରୀ ବିଜେ ପର୍ଯ୍ୟନ୍ତ ସାବଧାନ ରହିବାକୁ ଆମକୁ ହେବ । ମୋର ଆଶା ଓ ବିଶ୍ୱାସ, ରଥଯାତ୍ରା ପରିଚାଳନାରେ ଭାଗ ନେଇଥିବା ସମସ୍ତ କୋଭିଡ ଗାଇଡଲାଇନ୍ସକୁ ନିଷ୍ଠ।।ର ସହ ପାଳନ କରିବାକୁ ହେବ । ପରମ୍ପରା ସହିତ ଜନସ୍ୱାସ୍ଥ୍ୟ ପ୍ରତି ଉଚିତ ଧ୍ୟାନ ଦେଇ ରଥଯାତ୍ରା କରିବାକୁ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ମହାପ୍ରଭୁଙ୍କ ପବିତ୍ର ରଥଯାତ୍ରାର ଉତ୍ତମ ପରିଚାଳନା ପାଇଁ ରାଜ୍ୟ ସରକାରଙ୍କ ତିନି ଜଣ ମନ୍ତ୍ରୀଙ୍କୁ ପୁରୀରେ କ୍ୟାମ୍ପ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେମାନେ ନିଳାନ୍ଦ୍ରୀ ବିଜେ ପର୍ଯ୍ୟନ୍ତ ପୁରରେ ରହି ସେଠାରେ କାର୍ଯ୍ୟର ତଦାରଖ କରିବେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ପୁରୀ ଜନସାଧାରଣଙ୍କ ସହଯୋଗ ଲୋଡିବା ସହ କୋଭିଡ ଗାଇଡ ଲାଇନ ପାଳନ କରିବାକୁ ଅନୁରୋଧ କରିଛନ୍ତି ।
previous post