ଓଡିଶା

ଉତ୍ତର ଓଡ଼ିଶା ବିକାଶ ପରିଷଦ ଗଠନ ପାଇଁ ଟାସ୍କ ଫୋର୍ସ ଗଠନ

ଭୁବନେଶ୍ୱର: ଉତ୍ତର ଓଡ଼ିଶା ବିକାଶ ପରିଷଦ ଗଠନ ନିମନ୍ତେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ ଟାସ୍କ ଫୋର୍ସ ଗଠନ କରିଛନ୍ତି। ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଏହି ଟାସ୍କ ଫୋର୍ସର ଅଧ୍ୟକ୍ଷ ନିଯୁକ୍ତ ହୋଇଛନ୍ତି। ଏହି ଟାସ୍କ ଫୋର୍ସରେ ରହିଥିବା ୮ ଜଣ ସଦସ୍ୟ ଅଛନ୍ତି। ଏହି ସଦସ୍ୟ ମାନେ ହେଲେ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ୍, ସରକାରୀ ଦଳ ଉପ ମୁଖ୍ୟ ସଚେତକ ଗୋବିନ୍ଦ ଚନ୍ଦ୍ର ଦାସ, ବାଲେଶ୍ଵର ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ,କେନ୍ଦୁଝର ସାଂସଦ ଅନନ୍ତ ନାୟକ, କରଞ୍ଜିଆ ବିଧାୟକ ପଦ୍ମ ଚରଣ ହାଇବୁରୁ, ଚମ୍ପୁଆ ବିଧାୟକ ସନାତନ ମହାକୁଡ଼, ତେଲକୋଇ ବିଧାୟକ ଫକୀର ମୋହନ ନାୟକ ଏବଂ ବାସୁଦେବପୁର ବିଧାୟକ ଅଶୋକ କୁମାର ଦାସ । ଚଳିତ ମାସ ପ୍ରଥମ ସପ୍ତାହରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଉତ୍ତର ଓଡ଼ିଶା ବିକାଶ ପରିଷଦ ସ୍ଥାପନ ଲାଗି ଏକ ଟାସ୍କଫୋର୍ସ ଗଠନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାକୁ ସ୍ବାଗତ କରିଥିଲେ କଂଗ୍ରେସ ନେତା ନବଜ୍ୟୋତି ପଟ୍ଟନାୟକ।

Related posts

୯ରେ କେରଳ ଛୁଇଁବ ମୌସୁମୀ ,ରଜ ସୁଦ୍ଧା ଓଡିଶା

mahabharatanews

ନୂଆଖାଇରେ ବନ୍ଦ ରହିବ ବ୍ୟାଙ୍କ

mahabharatanews

ଅଭାବନୀୟ ଘଟଣା : ନଳକୂପ ଭିତରେ ନବଜାତ ଶିଶୁ 

mahabharatanews