ଓଡିଶା

ବିଦ୍ୟୁତ ନେଲା ଭାଲୁର ଜୀବନ

ମାଲକାନଗିରି: ଖାଦ୍ୟ ଅନ୍ବେଷଣରେ ଆସି  ବିଦ୍ୟୁତ ତାର ସଂସ୍ପର୍ଶରେ ଲାଗି ଚାଲିଗଲା ମାଈ ଭାଲୁର ଜୀବନ। ଏପରି ଘଟଣା ଘଟିଛି ମାଲକାନଗିରି ଜିଲ୍ଲାରେ। ବନ ବିଭାଗର କର୍ମଚାରୀ ପହଞ୍ଚି ଭାଲୁର ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି। ସୂଚନା ଅନୁସାରେ ଗତକାଲି ରାତିରେ ଭାଲୁଟି ଖାଦ୍ୟ ଅନ୍ୱେଷଣରେ ଆସି ଜନବସତି ମୁହାଁ ହୋଇଥିଲା। ଏହି ସମୟରେ ମାଲକାନଗିରି ବ୍ଲକ MV-17 ନମ୍ବର ଗାଁର ଶିବ ମନ୍ଦିର ନିକଟ ଦେଇ ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଭାଲୁଟି ଆସିଯାଇଥିଲା। ଘଟଣାସ୍ଥଳରେ ତାର ମୃତ୍ୟୁ ଘଟିଥିଲା। ଆଜି ସକାଳେ ସ୍ଥାନୀୟ ଲୋକେ ଏହା ଦେଖି ବନ ବିଭାଗକୁ ଖବର ଦେଇଥିଲେ।

Related posts

ସହିଦଙ୍କ ପିଲାଙ୍କ ଦାୟିତ୍ୱ ନେବ କିଟ

mahabharatanews

ଝାରସୁଗୁଡ଼ା ଉପନିର୍ବାଚନ ମଇଦାନରେ ଲଢ଼ିବେ ୯ ଜଣ ପ୍ରାର୍ଥୀ

mahabharatanews

 ଆଜି ପ୍ରଥମ କାଶ୍ମୀର ଗସ୍ତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

mahabharatanews