ଯାଜପୁର / ଅଂଶୁମାନ ବେହୁରା : ଆଜି ୫୩ ନଂ ମୁଖ୍ୟ ରାଜପଥ ହନୁମାନ ଛକ ନିକଟରେ ବାଇକ ଏବଂ କୋଇଲା ଗାଡି ଦୁର୍ଘଟଣା ହୋଇଥିବା ଦେଖିବାକୁ ମିଳିଛି । ଏହି ଦୁର୍ଘଟଣାରେ ବାଇକ ଆରୋହି ଦୁଇଜଣ ଗୁରୁତ୍ୱର ଥିବାରୁ ସେମାନେ ସୁକିନ୍ଦା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ହେଉଥିବା ଜଣାପଡିଛି । ସୂଚନା ଥାଉ କି ଓ.ଡି.୩୫ ଡି ୭୨୩୨ ନଂ କୋଇଲା ଗାଡିଟି ତାଳଚେରରୁ କୋଇଲା ଆଣି କଳିଙ୍ଗନଗର ସ୍ଥିତ ଭିସା ଷ୍ଟିଲ ପ୍ଲାଣ୍ଟରେ କୋଇଲା ଲୋଡ଼ କରି ସୁକିନ୍ଦା ୫୩ ନଂ ମୁଖ୍ୟ ରାଜପଥ ହନୁମାନ ଛକ ଦେଇ ସମଲ ଥାନା ଅଞ୍ଚଳର ବିରୁ ଗାଁକୁ ଫେରୁଥିବା ସମୟରେ ଡ୍ରାଇଭର ଜଣକ ବାଇକ ସହ ଦୁର୍ଘଟଣା କରିଥିଲେ । ଏହି ଦୁର୍ଘଟଣାରେ ସୁକିନ୍ଦା ଥାନା ଅନ୍ତର୍ଗତ ସଂସାଇଲୋ ଗ୍ରାମର ଲକ୍ଷ୍ମୀ ମହାନ୍ତ ଏବଂ ତାଙ୍କ ସ୍ୱାମୀ ବିଶ୍ୱନାଥ ମହାନ୍ତ ଦୁଇଜଣ ବାଇକ ଯୋଗେ ଭୁବନ ଯିବା ସମୟରେ ୫୩ ନଂ ମୁଖ୍ୟ ରାଜପଥ ହନୁମାନ ଛକରେ କୋଇଲା ଗାଡ଼ିରେ ଦୁର୍ଘଟଣା ଘଟିଥିଲା, ଏ ଦୁର୍ଘଟଣାରେ ବିଶ୍ୱନାଥ ସାମାନ୍ୟ ଆହତ ହୋଇଥିବା ବେଳେ ତାଙ୍କ ସ୍ତ୍ରୀ ଲକ୍ଷ୍ମୀ ମହାନ୍ତଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିବାରୁ ସେ ଅଧିକ ଗୁରୁତ୍ୱର ଥିବା ଜଣାପଡିଛି । ସମଲ ଥାନା ଅଞ୍ଚଳ ବିରୁ ଗାଁର ଚତୁରା ବେହେରାଙ୍କ ପୁଅ ଲିପୁ ବେହେରା ଦୁର୍ଘଟଣା ଘଟାଇ ଘଟଣା ସ୍ଥଳରୁ ଚମ୍ପଟ ମାରି ଫେରାର ହେବା ସମୟରେ ସୁକିନ୍ଦାର ଜନସାଧାରଣ ଡ୍ରାଇଭର ଲିପୁକୁ କାବୁ କରି ସୁକିନ୍ଦା ପୋଲିସକୁ ଜିମା ଦେଇଥିଲେ। ପରେ ସୁକିନ୍ଦାର ଜନସାଧାରଣ ଦୁର୍ଘଟଣାରେ ଗୁରୁତ୍ୱର ହୋଇଥିବା ଲକ୍ଷ୍ମୀ ଏବଂ ତାଙ୍କ ସ୍ୱାମୀ ବିଶ୍ୱନାଥ ଦୁଇଜଣଙ୍କୁ ସୁକିନ୍ଦା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ନେଇ ଚିକିତ୍ସା କରାଇଥିଲେ। ସୁକିନ୍ଦା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତରଙ୍କ ପ୍ରାଥମିକ ଚିକିତ୍ସା ପରେ ଲଷ୍ମୀଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିବାରୁ ତାଙ୍କୁ ଆମ୍ବୁଲାନ୍ସ ଯୋଗେ କଟକ ବଡ଼ ମେଡିକାଲ ପଠେଇ ଦେଇଥିବା ଦେଖିବାକୁ ମିଳିଥିଲା। ଶେଷରେ ଦୁର୍ଘଟଣା ଘଟାଇଥିବା କୋଇଲା ଗାଡି ଡ୍ରାଇଭର ଲିପୁକୁ ସୁକିନ୍ଦା ପୋଲିସ ନିଜ ହିପାଜତରେ ରଖି ଅଧିକ ତଦନ୍ତ ଚଳାଇଥିବା ସୁକିନ୍ଦା ପୋଲିସ ପକ୍ଷରୁ ମଧ୍ୟ ସୂଚନା ମିଳିଛି ।
previous post
next post