ଓଡିଶା

ଆସନ୍ତା ୨୫ ଯାଏ ଶୀତ ଲହରୀ ଜାରି ସମ୍ଭାବନା: ଅନାବଶ୍ୟକ ସ୍ଥଳେ ଘରେ ରହିବାକୁ ପରାମର୍ଶ

ଭୁବନେଶ୍ୱର: ଗତ ୪ ଦିନ ହେବ ରାଜ୍ୟବ୍ୟପୀ ପ୍ରବଳ ଥଣ୍ଡା ଅନୁଭୂତ ହେଉଥିବା ବେଳେ ଏହି ସ୍ଥିତି ଆହୁରି ୩ ଦିନ ଧରି ଅନୁଭୂତ ହେବ । ପାଣିପାଗ ବିଭାଗ ଆକଳନ କରିଛି ଯେ ଆସନ୍ତା ୨୫ ତାରିଖ ପର୍ୟ୍ୟନ୍ତ ରାଜ୍ୟରେ ଶୀତ ଲହରୀ ଲାଗିରହିବ। ଉତ୍ତର ଭାରତରୁ ଥଣ୍ଡା ପବନ ପ୍ରବାହ କାରଣରୁ ରାଜ୍ୟର ତାପମାତ୍ରା କମିବାରେ ଲାଗିଛି । । ଅନୁଗୋଳ, ଝାରସୁଗୁଡ଼ା, କଳାହାଣ୍ଡି, କନ୍ଧମାଳ, ସୁନ୍ଦରଗଡ଼ ଓ କୋରାପୁଟରେ ପାରଦ ସାଧାରଣ ତାପମାତ୍ରା ଠାରୁ ୫ରୁ ୬ଡ଼ିଗ୍ରୀ ହ୍ରାସ ପାଇଥିବାବେଳେ ଉପକୂଳ ଓଡ଼ିଶାରେ ମଧ୍ୟ ସର୍ବନମ୍ନ ତାପମାତ୍ରା ୪ରୁ ୫ ଡ଼ିଗ୍ରୀ ପର୍ୟ୍ୟନ୍ତ କମିଛି। ଦାରିଙ୍ଗବାଡ଼ି, ଫୁଲବାଣୀ ଓ ଦକ୍ଷିଣ ଓଡ଼ିଶାର କେତେକ ସ୍ଥାନରେ ପ୍ରବଳ ଥଣ୍ଡା କାରଣରୁ ଜୀବନଯାତ୍ରା ପ୍ରବାହିତ ହୋଇଛି ।
ଗତ ଦୁଇଦିନ ଧରି ଫୁଲବାଣୀରେ କ୍ରମାଗତ ଭାବେ ସର୍ବନିମ୍ନ ତାପମାତ୍ରା ରାଜ୍ୟରୁ ସବୁଠୁ କମ ୪ଡ଼ିଗ୍ରୀ ସେଲସିୟସ ରହିଥିବା ବେଳେ ଅନ୍ୟନ୍ୟ ଅଞ୍ଚଳରେ ଶୀତ ପ୍ରକୋପ ବୃଦ୍ଧି ପାଇ ଚାଲିଛି । ପାଣିପାଗ ବିଭାଗ ସୂଚନା ଅନୁଯାୟୀ, ରାଜ୍ୟର ୧୩ଟି ସ୍ଥାନରେ ତାପମାତ୍ରା ୧୦ ଡିଗ୍ରୀରୁ କମ ରହିଛି। ଦାରିଙ୍ଗବାଡିରେ ୫.୫, ଅନୁଗୋଳରେ ୬, କୋରାପୁଟରେ ୬.୬, ଭବାନୀପାଟଣାରେ ୭.୨, ଝାରସୁଗୁଡା ଏବଂ ସୁନ୍ଦରଗଡରେ ୭.୫, ବାରିପଦାରେ ୮.୫, କେନ୍ଦୁଝର ଏବଂ ଟିଟିଲାଗଡରେ ୯, ବଲାଙ୍ଗୀରରେ ୮.୮, ସୋନପୁରରେ ୯.୫, ବାଲେଶ୍ବରରେ ୧୧.୮, ଚାନ୍ଦବାଲିରେ ୧୧.୭, ସମ୍ବଲପୁରରେ ୧୦.୨, ହୀରାକୁଦରେ ୧୧.୧, ତାଳଚେରରେ ୧୦.୧, ମାଲକାନଗିରିରେ ୧୦.୫, ନୟାଗଡରେ ୧୧.୭, ରାୟଗଡାରେ ତାପମାତ୍ରା ୧୩.୫, ପାରାଦ୍ବୀପରେ ୧୩.୪, ଗୋପାଳପୁରରେ ୧୩.୩, ପୁରୀରେ ୧୪.୮, ଡିଗ୍ରୀ ସେଲସିୟସ୍‌ ରହିଛି।
ରାଜ୍ୟରେ ଶୀତର ପ୍ରକୋପ ବଢୁଥିବାରୁ ସତର୍କ ରହିବାକୁ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ପରାମର୍ଶ। ନିହାତି ଆବଶ୍ୟକ ନଥିଲେ ଘରୁ ପଦାକୁ ନବାହାରିବାକୁ ରାଜ୍ୟବାସୀଙ୍କୁ ପରାମର୍ଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର। ରାତିରେ ୨ ଚକିଆ ଯାନରେ ନ ଯିବାକୁ ପରାମର୍ଶ ଦିଆଯାଇଛି । ରାଜ୍ୟର ବିଭିନ୍ନ ଜିଲ୍ଲାରେ ୩ଦିନ ପର୍ୟ୍ୟନ୍ତ ପ୍ରବଳ ଶୀତ ଲହରୀ ଅନୁଭୂତ ହେବ। ଏଥିପାଇଁ ସମସ୍ତ ଜିଲ୍ଲାପାଳ ଓ ମ୍ୟୁନିସପାଲ କମିଶନରଙ୍କୁ ସତର୍କ ରହିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଜାରି କରିଛନ୍ତି। ଏ ନେଇ ସବୁ ଜିଲ୍ଲାପାଳ ଓ ମ୍ୟୁନିସିପାଲିଟି କମିଶନରଙ୍କୁ ଚିଠି ଲେଖି ତତ୍କାଳ ସଚେତନତା ପଦକ୍ଷେପ ନେବା ଲାଗି ନିର୍ଦ୍ଦେଶ ଦିଆଯାଇଛି ।

SR

Related posts

ଲକଡାଉନକୁ ଅବମାନନା କରି ନିଲମ୍ବିତ

mahabharatanews

କେଦାରନାଥରେ ଫସିଥିବା ୪ ଓଡ଼ିଆ ସୁରକ୍ଷିତ

mahabharatanews

ଦେହୁରୀଭୂଇଁ ଗ୍ରାମର ମହେନ୍ଦ୍ରଙ୍କୁ ସହାୟତାର ହାତ ବଢାଇଲା ପ୍ରଶାସନ

mahabharatanews

Leave a Comment