ଓଡିଶା

ଜାଡରେ ଥରୁଛି ଓଡିଶା 

(ଭୁବନେଶ୍ୱର)  : ବଢୁଛି ଶୀତ । ଲଗାତାର ତିନି ଦିନ ହେଲା ସ୍ଥାନୀୟ ଅଞ୍ଚଳରେ ପାରଦ ତଳମୁଁହା ହେବାରେ ଲାଗିଛି, ଯେଉଁ ଅନୁପାତରେ ପାରଦ ଖସୁଛି ସେଇ ଅନୁପାତରେ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି। ହଠାତ ଏତେମାତ୍ରାରେ ଥଣ୍ଡା ପଡ଼ିବା ଯୋଗୁଁ ସମସ୍ତେ ଚକିତ ହୋଇଯାଇଛନ୍ତି ।

ସୂଚନାନୁଯାୟୀ , କୁହୁଡ଼ିର ଚାଦର ତଳେ ସାରା ଅଞ୍ଚଳ ସକାଳ ୮ଟା ପର୍ଯ୍ୟନ୍ତ ରହୁଥିବା ବେଳେ ବିଭିନ୍ନ ଖାଲି ପଡ଼ିଆରେ ଶିଶିର ବିନ୍ଦୁ ପଡ଼ିଥିବା ଦୃଶ୍ୟ। ଅନ୍ୟପକ୍ଷରେ ପ୍ରବଳ ଥଣ୍ଡା ପଡ଼ିବା ଯୋଗୁଁ ଘରେ ଘରେ ଥଣ୍ଡା କାଶ ଭଳି ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଆଗାମୀ ଦିନରେ ପାରଦ ଆହୁରି ତଳମୁଁହା ହେବା ସହ ଆହୁରି ଅଧିକ ଥଣ୍ଡା ଅନୁଭୂତ ହେବା ନେଇ ପାଣିପାଗ ବିଭାଗ ସୂଚନା ଦେଇଛି।

Related posts

 ଦୁର୍ଘଟଣାସ୍ଥଳରେ ପହଞ୍ଚିଲେ ରାଜସ୍ୱ ମନ୍ତ୍ରୀ

mahabharatanews

ଡିଆଇଜିଙ୍କ ଦିନିକିଆ ଗସ୍ତ

mahabharatanews

୨୦୨୩ରେ ବଦଳିବେ କି ଛତିଶଗଡ ବିଜେପିର ଚେହେରା

mahabharatanews