ଓଡିଶା

ଶିକ୍ଷକଙ୍କ ଗିରଫକୁ ମହିଳା ମହାବିଦ୍ୟାଳୟର ଶତାଧିକ ଛାତ୍ରୀଙ୍କ ବିରୋଧ

(ସତ୍ୟନାରାୟଣ ପାଲ)ରାଇରଙ୍ଗପୁର: ମୟୁରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଟାଉନ ରେ ପୁଣି ଆଉ ଏକ ଲଜ୍ଜାଜନକ ଘଟଣା ଘଟି ଯାଇଛି।ଟିଉସନ ଛାତ୍ରୀ କୁ ଅସଦାଚରଣ କରିବା ଅଭିଯୋଗ ରେ ଶିକ୍ଷକ ଙ୍କ ଗିରଫ କୁ ଛାତ୍ରୀ ମାନେ ବିରୋଧ କରିଛନ୍ତି।ଶିକ୍ଷକଙ୍କୁ ଛାଡିବାକୁ ଦାବିକରି ରାଇରଙ୍ଗପୁର ମହିଳା ମହାବିଦ୍ୟାଳୟ ର ଶତାଧିକ ଛାତ୍ରୀ ରାଇରଙ୍ଗପୁରଥାନାଘେରାଉ କରିବା ସହିତ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।ଏହା ସହ ଛାତ୍ରୀମାନେ୨୨୦ନମ୍ବର ଜାତୀୟ ରାଜପଥ ସହ ଟାଉନ ଥାନା ସାମ୍ନା ମୁଖିୟ ରାସ୍ତା କୁ ଅବରୋଧ କରିଥିଲେ।ଫଳରେ ଶତାଧିକ ଯାନବାହନ ଉଭୟ ରାସ୍ତାରେ ଅଟକି ରହିଛି।ସୂଚନା ଅନୁସାରେ ଗତକାଲିଜଣେ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ ରେ ରାଇରଙ୍ଗପୁର ଟାଉନ ପୋଲିସ ମହିଳା ମହାବିଦ୍ୟାଳୟ ର ଚୁକ୍ତି ଭିତ୍ତିକ କମ୍ପ୍ୟୁଟର ଶିକ୍ଷକ ନିରୋଜ ବେହେରା ଙ୍କୁ ଗିରଫ କରିଥିଲେ।ଆଜି ତାଙ୍କୁ ପୋସ୍କୋ ଆକ୍ଟ ଅଧୀନରେ କୋଟ ଚାଲାଣ କରାଯିବ ର ସୂଚନା ମିଳିଛି।

Related posts

ଗାଇଡଲାଇନରେ ପରିବର୍ତ୍ତନ କଲା ଗଣଶିକ୍ଷା ବିଭାଗ

mahabharatanews

ପଣ୍ଡିଗାଁ ପଞ୍ଚାୟତକୁ ନିଶାମୁକ୍ତ କରିବାକୁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

mahabharatanews

୨ ହାତୀଙ୍କ ମୃତ୍ୟୁ, ବନବିଭାଗ ଉପରେ ପ୍ରଶ୍ନବାଚୀ   

mahabharatanews