ଓଡିଶାଶିକ୍ଷା

ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ ମେଧା ତାଲିକା

ଭୁବନେଶ୍ୱର: ଆଜି ଯୁକ୍ତ ଦୁଇ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ । ଅପରାହ୍ନ ୩ଟାରେ ସିଏଚଏସସି ପକ୍ଷରୁ ମେଧା ତାଲିକା ପ୍ରକାଶ ପାଇବା ପରେ କେଉଁ କଲେଜରେ ଛାତ୍ରଛାତ୍ରୀ ଯୋଗ୍ୟ ବିବେଚିତ ହୋଇଛନ୍ତି, ସେ ସମ୍ପର୍କରେ ଛାତ୍ରଛାତ୍ରୀମାନେ ଜାଣିପାରିବେ । ଯେଗ୍ୟ ବିବେଚିତ ଛାତ୍ରଛାତ୍ରୀମାନେ ଅଗଷ୍ଟ ୧୯ ତାରିଖରୁ ୨୫ ତାରିଖ ମଧ୍ୟରେ ନିଜର ନାମ ଲେଖାଇ ପାରିବେ । ସଂପ୍ରତି ରାଜ୍ୟରେ ୨ ହଜାର ୬୫ କଲେଜ ରହିଛି । ଏ ସମସ୍ତ କଲେଜରେ ୫ ଲକ୍ଷ ୭ ହଜାର ୫୦୨ ସିଟ ରହିଛି । ଏଥିପାଇଁ ୫ ଲକ୍ଷ ୭ ହଜାର ୯୩୫ ଜଣ ଛାତ୍ରଛାତ୍ରୀ ନାମ ପଞ୍ଜିକରଣ କରିଛନ୍ତି । ତେବେ ନାମ ଲେଖା ନେଇ ସିଏଚଏସସି ପକ୍ଷରୁ ସ୍ୱତନ୍ତ୍ର ନିର୍ଦ୍ଦେଶାବଳୀ ଜାରି କରାଯାଇଛି । ପ୍ରଥମେ ଜୁଲାଇ ୨୭ ତାରିଖରେ ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ଫଳ ପ୍ରକାଶ ପାଇଥିଲା । ଏହା ପରେ ଅଗଷ୍ଟ ୮ ତାରିଖରେ ଯୁକ୍ତ ଦୁଇ କଳା ଓ ଧନ୍ଦାମୂଳକ ଶିକ୍ଷାର ଫଳ ପ୍ରକାଶ ପାଇଥିଲା ।
ଚଳିତ ବର୍ଷ କଳାରେ ୨ ଲକ୍ଷ ୧୩ ହଜାର ୪୩୨ ଜଣ ପରୀକ୍ଷାର୍ଥୀ ଦେଇଥିଲେ । ରେଗୁରାଲରେ ୧ ଲକ୍ଷ ୯୮ ହଜାର ୪୨୬, ଏକ୍ସ ୧୨ ହଜାର ୨୨୮ ଜଣ, କରେସପଣ୍ଡାଣ୍ଟ ରେ ୨ ହଜାର ୫୫୪ ଜଣ ଫର୍ମ ଫିଲପ କରିଥିଲେ । ଏଥି ମଧ୍ୟରୁ ୨ ଲକ୍ଷ ୧୩ ହଜାର ୪୦୬ ଜଣ ପରୀକ୍ଷା ଦେଇଥିଲେ । ୧ ଲକ୍ଷ ୭୧ ହଜାର ୨୮୮ ଜଣ ପାସ କରିଥିଲେ । ୧୭୭ ଜଣ ଛାତ୍ରଛାତ୍ରୀ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖିଥିଲେ । ୨୮ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଶତ ପ୍ରତିଶତ ପିଲା ପାସ କରିଥିଲେ । ଯୁକ୍ତ ଦୁଇ କଳାରେ ୮୨.୧୦ ପ୍ରତିଶତ ଛାତ୍ର ଛାତ୍ରୀ କଳାରେ ପାସ କରିଥିଲେ । ଖୋର୍ଦ୍ଧା ଜିଲ୍ଲା ପାସ ହାରରେ ସର୍ବାଧିକ ରହିଥିବାବେଳେ ନବରଙ୍ଗପୁରରେ ସର୍ବନିମ୍ନ ରହିଛି ।

Related posts

ଆମ ଓଡ଼ିଶା ନବୀନ ଓଡ଼ିଶା ପକ୍ଷରୁ ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର

mahabharatanews

ବିଦେଶୀ ପକ୍ଷୀଙ୍କ ସୁରକ୍ଷା ପାଇଁ ବନ ବିଭାଗର ପ୍ରଶିକ୍ଷଣ ଶିବିର

mahabharatanews

ଜନବସତିକୁ ବିପଦ

mahabharatanews

Leave a Comment