ଓଡିଶା

ବିଜେଡି ଓ ବିଜେପିକୁ ସୋସିଆଲ ମିଡିଆରେ ପର୍ଦ୍ଦାଫାସ କରାଯିବ: ଅଭିଷେକ

ଭୁବନେଶ୍ୱର: ବିଜେପି ପରେ ଏବେ ବିଜେଡି ମଧ୍ୟ ସୋସିଆଲ ମିଡିଆ ଉପରେ ଗୁରୁତ୍ୱ ଦେଉଛି । ଉଭୟ ଦଳ ଏବେ ସୋସିଆଲ ମିଡିଆରେ ସକ୍ରିୟ ରହିଥିବା ବେଳେ କଂଗ୍ରେସ ମଧ୍ୟ ଏହା ଉପରେ ଗୁରୁତ୍ୱ ଦେଇଛି । ଏଆଇସିସି ସାମାଜିକ ଗଣମାଧ୍ୟମ ବିଭାଗ ଆଜି ଏକ ୱେବିନାର ଆୟୋଜନ କରିଥିଲା । ଯେଉଁଥିରେ ୩୦୦୦ ରୁ ଅଧିକ ସାମାଜିକ ଗଣମାଧ୍ୟମର କାର୍ଯ୍ୟକର୍ତ୍ତା ଓ ସଦସ୍ୟ ସମଗ୍ର ଦେଶରୁ ଯୋଗ ଦେଇଥିଲେ । ରାଜ୍ୟ ସାମାଜିକ ଗଣମାମଧ୍ୟମ ଅଧ୍ୟକ୍ଷ ଶ୍ରୀ ଅଭିଷେକ ମହାନନ୍ଦଙ୍କ ନେତୃତ୍ୱରେ ଓଡିଶା ପିସିସି ସୋସିଆଲ ମିଡିଆରେ ରାଜ୍ୟରୁ ୩୫୦ ରୁ ଉର୍ଦ୍ଧ କର୍ମକର୍ତ୍ତା ଓ ସଦସ୍ୟ ଯୋଗ ଦେଇଥିଲେ । ରାହୁଲ ଗାନ୍ଧୀ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଦଳର କର୍ମୀ ଏବଂ ନେତାମାନଙ୍କୁ ସୋସିଆଲ ମିଡିଆର କିପରି ଦୁର୍ବ୍ୟବହାର କରି ଦୁର୍ନୀତିର ପର୍ଦାଫାସ କରିବେ ସେ ସମ୍ପର୍କରେ ପରାମର୍ଶ ଦେଇଥିଲେ ।
ଏହି ଅବସରରେ ମହାନନ୍ଦା କହିଛନ୍ତି, ଉଭୟ ବିଜେଡି ଓ ବିଜେପିକୁ ନେଇ ସୋସିଆଲ ମିଡିଆରେ ପର୍ଦାଫାସ କରିବା ପାଇଁ ସେମାନେ ଏକ ନୂଆ ରଣନୀତି ପ୍ରସ୍ତୁତ କରୁଛନ୍ତି । ଆଗାମୀ ଦିନରେ କଂଗ୍ରେସ ଓଡ଼ିଶାରେ ଆହୁରି ଶକ୍ତିଶାଳୀ ହେବ ଏବଂ ସାମାଜିକ ଗଣମାଧ୍ୟମ ବିଭାଗ ଏଥିରେ ଏକ ବଡ଼ ଭୂମିକା ନେବ । ରାହୁଲ ଗାନ୍ଧୀଙ୍କ ସହ ଆଜିର ୱେବିନାର ସୋସିଆଲ ମିଡିଆ ଯୋଦ୍ଧାମାନଙ୍କୁ ଉତ୍ସାହିତ କରିଛି ଏବଂ ସେମାନେ ପୂର୍ବ ଅପେକ୍ଷା ଅଧିକ ସକ୍ରିୟ ହୋଇଛନ୍ତି ବୋଲି ସେ କହିଛନ୍ତି ।

Related posts

ଲାଞ୍ଚୁଆ କନଷ୍ଟେବଲଙ୍କ ଭିଡିଓ ଭାଇରାଲ

mahabharatanews

ଲକଡାଉନ ଖୋଲିବା ପରେ ପରୀକ୍ଷା ହେବ

mahabharatanews

ବିଦ୍ୟୁତ ତାରରେ ଚାଲିଗଲା ହାତୀର ଜୀବନ

mahabharatanews