ଓଡିଶା

ଶିଶୁ ଭବନ ଛକରେ କଂଗ୍ରେସ କର୍ମୀ ,ପୁଲିସ ଧସ୍ତାଧସ୍ତି

(ସରୋଜ କୁମାର ରାଉତ/ମହାଭାରତ)ଭୁବନେଶ୍ୱର: ପୁରୀରେ ଜଣେ ଯୁବତୀଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଖବର ପ୍ରଚାରିତ ହେବା ପରେ ରାଜଧାନୀରେ ବି ଏହାର ତାତି ଦେଖିବାକୁ ମିଳିଛି। ଗତକାଲି ରାତି ପ୍ରାୟ ୧୧ଟାରେ କଂଗ୍ରେସ ପକ୍ଷରୁ ନବୀନ ନିବାସ ଘେରାଉ ଉଦ୍ୟମ କରାଯାଇଥିଲା । ଆଜି ମଧ୍ୟ କଂଗ୍ରେସ ନବୀନ ନିବାସ ଘେରାଉ କରିବାକୁ ଯିବା ସମୟରେ ଶିଶୁ ଭବନ ଛକରେ ପୁଲିସ୍ ଓ କଂଗ୍ରେସ କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଛି। ଗତକାଲି ପୁରୀରେ ହୋଇଥିବା ନାବାଳିକା ଦୁଷ୍କର୍ମ ବିରୋଧରେ ସ୍ବର ଉଠାଇ କଂଗ୍ରେସର ଯୁବ ଛାତ୍ରମାନେ କଂଗ୍ରେସ ଭବନରୁ ଏକ ମୋଟରସାଇକେଲ୍ ରାଲିରେ ବାହାରି ଥିଲେ । ସେମାନେ ଶିଶୁ ଭବନ ଛକ ଦେଇ ନବୀନ ନିବାସ ଆଡକୁ ଗଲାବେଳେ ପୋଲିସ ସେମାନଙ୍କୁ ଅଟକାଇ ଗିରଫ କରିଥିଲା ।

Related posts

ରା -ଉଦୟଗିରି ବ୍ଲକ କାର୍ଯ୍ୟାଳୟରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ

mahabharatanews

ବସ ଧକ୍କାରେ ଦୁଇ ସ୍କୁଟି ଚାଳକ ମୃତ

mahabharatanews

ଫସିରହିଥିବା ୭୦ ଜଣ ଶ୍ରମିକଙ୍କୁ ନିଜ ଅଞ୍ଚଳକୁ ଫେରିଯାଇଛନ୍ତି

mahabharatanews