(ମହାଭାରତ/ନୁଆଦିଲ୍ଲୀ): ନିର୍ଭୟା ଗଣଦୁଷ୍କର୍ମ ପରେ ହତ୍ୟା ଘଟଣା ପରେ ଏବେ ପୁଣି ହ୍ରାଇଦାବାଦରେ ସମାନ ଘଟଣାକୁ ନେଇ ସାରା ଦେଶରେ ଦୁଷ୍କର୍ମକାରୀଙ୍କୁ ଫାଶି ଦେବକୁ ଦାବି ହେଉଛି । କିନ୍ତୁ ନିର୍ଭୟା ମାମଲାରେ ଦୋଷୀଙ୍କୁ ଫାଶି ଦଣ୍ଡରେ ଦଣ୍ଡିତ କରାଯାଇଛି । ସେମାନଙ୍କ ନିକଟରେ ଆଇନଗତ ବିକଳ୍ପ ପାଇଁ କମ ସମୟ ରହିଛି । କିନ୍ତୁ ତିହାଡ ପ୍ରଶାସନ ପାଇଁ ସବୁଠାରୁ ବଡ ଚିନ୍ତା କିଏ ଏମାନଙ୍କୁ ଫାଶି ଦେବ ।
ତିହାଡ ଜେଲ ପ୍ରଶାସନ ନିକଟରେ ଫାଶି ଦେବାକୁ କେହି ଜଲ୍ଲାଦ ନାହିଁ । ସୂତ୍ର ଅନୁଯାୟୀ, ଏକ ମାସ ମଧ୍ୟରେ ଦୋଷୀମାନଙ୍କୁ ଫାଶି ଦେବାକୁ ତାରଖ ଘୋଷଣା ହୋଇପାରେ । କୋର୍ଟରୁ ବ୍ଲାକ ୱାରେଣ୍ଟ ଜାରି ହେବା ପରେ ଦୋଷୀଙ୍କୁ କୌଣସି ସମୟରେ ଫାସି ଦିଆଯାଇପାରେ । ଯଦି ରାଷ୍ଟ୍ରପତି ଦୋଷୀଙ୍କ ରାଜକ୍ଷମା ଯାଚିକାକୁ ଖାରିଜ କରି ଦିଆଯାଏ, ତେବେ କୋର୍ଟ ବ୍ଲାକ ୱାରେଣ୍ଟ ଜାରି କରିଦେବେ । ଏହା ପରେ ଫାଶି ସୁନିଶ୍ଚିତ । ଦେଶରେ ଶେଷ ଥର ସଂସଦ ଆକ୍ରମଣ କରିଥିବା ଅଫଜଲ ଗୁରୁକୁ ଫାଶି ଦିଆଯାଇଥିଲା ।
କିନ୍ତୁ ବର୍ତ୍ତମାନ ଜଲ୍ଲାଦ ଅଭାବରୁ ଜେଲ ପ୍ରଶାସନ ଅନ୍ୟ ଜେଲ ସହ ସମ୍ପର୍କସ୍ଥାପନ କରୁଛନ୍ତି ଜଲ୍ଲାଦ ପ।।ାଇଁ । ଏହା ବ୍ୟତୀତ, ଉତ୍ତର ପ୍ରଦେଶର ଯେଉଁଠାରେ ପୂର୍ବ ଜଲ୍ଲାଦଙ୍କ ବସତି ଥିଲା ସେଠାର ଗାଁରେ ପଚରା ଉଚରା ଚାଲିଛି । ସାମ୍ପ୍ରତିକ ସ୍ଥିତିରେ ତିହାଡ ଜେଲରେ କୌଣସି ଜଲ୍ଲାଦକୁ ନିଯୁକ୍ତି ଦିଆଯିବ ନାହିଁ । ବରଂ ଅନୁବନ୍ଧ ଆଧାରରେ ତାର ନିଯୁକ୍ତି ହେବ । ଜେଲର ଜଣେ ଅଧିକାରୀଙ୍କ ଅନୁଯାୟୀ, ଫାଶୀ ଏକ ଦୁର୍ଲଭ ମାମଲାରେ ଦିଆଯାଇଥାଏ । ତେଣୁ ସ୍ଥାୟୀ ଜଲ୍ଲାଦର ଆବଶ୍ୟକତା ପଡି ନଥାଏ ।
ଅପରପକ୍ଷରେ ଜଣେ ସରକାରୀ ଅଧିକାରୀ କହିଛନ୍ତି, ବର୍ତ୍ତମାନ ସମୟରେ କେବଳ ଆରୋପୀ ବିନୟ ଶମୟା ଜୟା ଯାଚିକା ଦାଖିଲ କରିଛି । ତିହାଲ ପ୍ରଶାସନ ତାହାକୁ ଦିଲ୍ଲୀ ସରକାର ନିକଟକୁ ପଠାଇ ଦେଇଛି । ଯାହା ଉପରାଜ୍ୟପାଳଙ୍କୁ ପଠାଇ ଦେଇଛି ଓ ଦୋଷୀର ଦୋଷର ଗାମ୍ଭୀରତାକୁ ଦେଖି କ୍ଷମା ପ୍ରାର୍ଥନା ଖାରିଜ କରିବାକୁ କୁହାଯାଇଛି ।
previous post