ଭାରତ

“ମିଛ ଗ୍ୟାରେଣ୍ଟିର ଝୁଲା ନେଇ ବୁଲୁଥିବା ପ୍ରଧାନମନ୍ତ୍ରୀ”ଏପରି କହିଲେ ରାହୁଲ

(ଦିଲ୍ଲୀ)  : ପୂର୍ବତନ କଂଗ୍ରେସ ସଭାପତି ତଥା ୱାୟାନାଡ଼ ସାଂସଦ ରାହୁଲ ଗାନ୍ଧୀ ଚାକିରି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କରିଛନ୍ତି ଟାର୍ଗେଟ । ସୋମବାର ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉଦ୍ଦେଶ୍ୟ ଉପରେ ପ୍ରଶ୍ନ ଉଠାଇଛନ୍ତି । ରାହୁଲ ଗାନ୍ଧୀ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ରେ ଏକ ପୋଷ୍ଟ ମାଧ୍ୟମରେ ଅଭିଯୋଗ କରିଛନ୍ତି ଯେ ପିଏମ ମୋଦୀଙ୍କର ଚାକିରି ଯୋଗାଇଦେବା ଉଦ୍ଦେଶ୍ୟ ନୁହେଁ ।

ସୂଚନାନୁଯାୟୀ , ଯୁବକମାନଙ୍କ ପାଇଁ ଚାକିରିର ବନ୍ଦ ଦ୍ୱାର ଖୋଲିବାକୁ ଇଣ୍ଡିଆ ମେଣ୍ଟ ନିଷ୍ପତ୍ତି ନେଇଛି ।କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି ଯେ ଯଦି ସଂସଦରେ ଉପସ୍ଥାପିତ କେନ୍ଦ୍ର ସରକାରଙ୍କ ଆକଳନକୁ ବିଶ୍ୱାସ କରାଯାଏ, ତେବେ ୭୮ ଟି ବିଭାଗରେ ୯ ଲକ୍ଷ ୬୪ ହଜାର ପଦବୀ ଖାଲି ପଡ଼ିଛି । ଯଦି ଆମେ କେବଳ ଗୁରୁତ୍ୱପୂର୍ଣ୍ଣ ବିଭାଗଗୁଡ଼ିକୁ ଦେଖିବା । ରେଳବାଇରେ ୨.୯୩ ଲକ୍ଷ, ଗୃହ ମନ୍ତ୍ରଣାଳୟରେ ୧.୪୩ ଲକ୍ଷ ଏବଂ ପ୍ରତିରକ୍ଷା ମନ୍ତ୍ରଣାଳୟରେ ୨.୬୪ ଲକ୍ଷ ପଦବୀ ଖାଲି ଅଛି । ୧୫ ଟି ପ୍ରମୁଖ ବିଭାଗରେ ୩୦ ପ୍ରତିଶତରୁ ଅଧିକ ପଦବୀ କାହିଁକି ଖାଲି ଅଛି ସେନେଇ କେନ୍ଦ୍ର ସରକାରଙ୍କ ପାଖରେ କିଛି ଉତ୍ତର ଅଛି କି ବୋଲି ପ୍ରଶ୍ନ କରିଛନ୍ତି ରାହୁଲ । କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଆହୁରି ଲେଖିଛନ୍ତି ଯେ ମିଛ ଗ୍ୟାରେଣ୍ଟିର ଝୁଲା ନେଇ ବୁଲୁଥିବା ପ୍ରଧାନମନ୍ତ୍ରୀଙ୍କ ନିଜ କାର୍ଯ୍ୟାଳୟରେ ବହୁ ସଂଖ୍ୟାରେ ଗୁରୁତ୍ୱପୂର୍ଣ୍ଣ ପଦବୀ ଖାଲି ଅଛି, ସ୍ଥାୟୀ ଚାକିରି ଦେବା ଏକ ଭାର ବୋଲି ବିବେଚନା କରୁଥିବା ବିଜେପି ସରକାର କ୍ରମାଗତ ଭାବେ ଚୁକ୍ତି ପ୍ରଣାଳୀକୁ ପ୍ରୋତ୍ସାହନ ଦେଉଛନ୍ତି, ଯେଉଁଠାରେ ସୁରକ୍ଷା କିମ୍ବା ସମ୍ମାନ ନାହିଁ ।

Related posts

କେଜ୍ରିୱାଲଙ୍କୁ “କିଙ୍ଗପିନ” ଆଖ୍ୟା ଦେଲା ଇଡି  

mahabharatanews

“ମୋଦି କ୍ଷମତାର ଅହଙ୍କାରକୁ ନେଇ ଗିରଫ କରିଛନ୍ତି” : କେଜ୍ରିୱାଲଙ୍କ ପତ୍ନୀ

mahabharatanews

କମିଲା ଫିଲ୍ମ ‘ଯବାନ’କ୍ରେଜ୍

mahabharatanews