ଭାରତ

କେଜ୍ରିୱାଲଙ୍କୁ “କିଙ୍ଗପିନ” ଆଖ୍ୟା ଦେଲା ଇଡି  

(ଦିଲ୍ଲୀ) : ଦୁର୍ନୀତି ପାଇଁ ହୋଇଥିବା ଷଡଯନ୍ତ୍ର ହେତୁ କେଜ୍ରିୱାଲଙ୍କୁ ଇଡି କିଙ୍ଗପିନ ବୋଲି କହିଥିଲେ । ଦିଲ୍ଲୀ ମଦ ଦୁର୍ନିତ ନୀତି ମାମଲାରେ ଇଡି ଗତକାଲି ରାତିରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଗିରଫ କରିଥିଲା । ଏନେଇ ଆଜି ସଂପୃକ୍ତ ମାମଲାର ଶୁଣାଣି ଦିଲ୍ଲୀର ରାୱଜ ଏଭିନ୍ୟୁ କୋର୍ଟରେ ଚାଲିଛି ।

ସୂଚନାନୁଯାୟୀ , ଏହି କ୍ରମରେ ଇଡି କୋର୍ଟରେ କେଜ୍ରିୱାଲଙ୍କୁ ନେଇ ଅନେକ ଦାବି କରିଛି । ଇଡି ଦୁଇଜଣଙ୍କ ମଧ୍ୟରେ ହୋଇଥିବା ଚାଟ୍ ଆଧାରରେ ଦାବି କରିଛି କି ହାୱଲା ମାଧ୍ୟମରେ କେଜ୍ରିୱାଲ ଗୋଆକୁ ୪୫ କୋଟି ଟଙ୍କା ଟ୍ରାନ୍ସଫର କରିଛନ୍ତି । ଏଥିରେ ଉଭୟଙ୍କର ସିଜିଆର ରିପୋର୍ଟ ଦେଖାଇଛି । ଅଦାଲତରେ ଶୁଣାଣି ବେଳେ ଏଏସଜି ରାଜୁ କହିଛନ୍ତି ଯେ ଅରବିନ୍ଦ କେଜରିୱାଲ ଏହି ଦୁର୍ନୀତି ପାଇଁ ଷଡଯନ୍ତ୍ର କରିଛନ୍ତି । ଏହି ମାମଲାରେ ଇଡି ତାଙ୍କୁ କିଙ୍ଗପିନ ବୋଲି କହିଥିଲେ ।

Related posts

କମିଲା ବ୍ୟବସାୟିକ ସିଲିଣ୍ଡରର ଦର

mahabharatanews

‘କାଶ୍ମୀର ଫାଇଲ୍ସ’କୁ ନେଇ ରାଜନୀତି ନ କରି ପିଓକେ ଫେରାଇ ଆଣିବାକୁ ଚେଷ୍ଟା କରନ୍ତୁ: ସଞ୍ଜୟ ରାୱତ

mahabharatanews

ରାଷ୍ଟ୍ରପତିଙ୍କୁ ଭେଟିବାକୁ ଦିଲ୍ଲୀ ଗଲେ ବିଧାୟକ

mahabharatanews