ଅପରାଧ

ମାନସିକ ବିକାରଗ୍ରସ୍ତ ଯୁବକଙ୍କ ଟାଙ୍ଗିଆ ଚୋଟରେ କନଷ୍ଟେବଲ ଆହତ

(ଟୁକୁନା ଖରା, ନବରଙ୍ଗପୁର): ମାନସିକ ବିକାରଗ୍ରସ୍ତ ବ୍ୟକ୍ତିଙ୍କ ଟାଙ୍ଗିଆ ଚୋଟରେ ଜଣେ ପୋଲିସ କନେଷ୍ଟବଳଙ୍କ ସମେତ ଦୁଇ ଗ୍ରାମବାସୀ ଆହତ ହୋଇଛନ୍ତି । ।ଏପରି ଅଭାବନୀୟ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ଥାନା ଅନ୍ତର୍ଗତ ଡେଙ୍ଗପଦର ଗାଁରେ । ସୂଚନା ଅନୁଯାୟୀ, ଗାଁର ରମେଶ ଦଳପତି ଦୀର୍ଘ ଦିନ ହେବ ମାନସିକ ବିକାରଗ୍ରସ୍ତ ହୋଇ ତାଙ୍କ ପରିବାର ଲୋକଙ୍କୁ ଘରେ ରହିବାକୁ ଦେଉନଥିଲେ। ଗତକାଲି ଯୁବକ ଜଣକ ଏକ ଟାଙ୍ଗିଆ ନେଇ ପଡ଼ିଶା ଘର ନିର୍ମଳା ବିଷୋୟୀଙ୍କ ପରିବାର ଲୋକଙ୍କୁ ଆକ୍ରମଣ କରିବାକୁ ଯାଇଥିବା ବେଳେ ତାଙ୍କ ପରିବାର ଲୋକେ ଭୟଭୀତ ହୋଇ କବାଟ ବନ୍ଦ କରିଦେଇଥିଲେ। ନିର୍ମଳାଙ୍କ ପରିବାର ଲୋକଙ୍କ ଜୀବନ ପ୍ରତି ବିପଦ ଥିବାରୁ ଏନେଇ ସ୍ଥାନୀୟ ପାତ୍ରପୁଟ ଫାଣ୍ଡିରେ ଏକ ଲିଖିତ ଅଭିଯୋଗ କରିଥିଲେ। ଏହାକୁ ଆଧାର କରି ଫାଣ୍ଡି ଅଧିକାରୀ ପ୍ରକାଶ ଚନ୍ଦ୍ର ପାତ୍ର ଓ ପୋଲିସ ଘଟଣାସ୍ଥଳରେ ପହଂଚିଥିଲେ। ଗ୍ରାମବାସୀଙ୍କ ସାହାଯ୍ୟରେ ଉକ୍ତ ମାନସିକ ବିକାରଗ୍ରସ୍ତ ଯୁବକଙ୍କୁ ଧରିବାକୁ ଦୀର୍ଘ ୩ ଘଣ୍ଟା କସରତ କରିଥିଲେ । ଏହି ସମୟରେ ଯୁବକ ଜଣକ ଏକ ଟାଙ୍ଗିଆରେ ପୋଲିସ କନେଷ୍ଟବଳ ପ୍ରବୀଣ କୁମାର ପାଞ୍ଜିଆ ଓ ଦୁଇ ଗ୍ରାମବାସୀଙ୍କୁ ଆକ୍ରମଣ କରିଥିଲା। ଖବର ପାଇଁ ତେନ୍ତୁଳିଖୁଣ୍ଟି ଥାନା ଅଧିକାରୀ ପାରମାନନ୍ଦ ସୁନାନୀ ପହଞ୍ଚି ଆହତ ତିନିଜଣଙ୍କୁ ତେନ୍ତୁଳିଖୁଣ୍ଟି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଇବା ସହ ଅଭିଯୁକ୍ତଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛନ୍ତି।

Related posts

ସାମ୍ବାଦିକା ମଧୁମିତା ମୃତ୍ୟୁ ମାମଲା; ଫରେନ୍‌ସିକ୍‌ ଲ୍ୟାବ ପଠାଯିବ ମୋବାଇଲ

mahabharatanews

କଟକ ଡିସିପି ଅଫିସରେ ହାଇଦର

mahabharatanews

ଧର୍ମେନ୍ଦ୍ର ଆତ୍ମହତ୍ୟା ଘଟଣା ରେ ବିଜେଡିକୁ ଘେରିଲା ବିଜେପି

mahabharatanews