ଅପରାଧ

ଫାଷ୍ଟଫୁଡକୁ ନେଇ ବଚସା ଓ ପରେ ହତ୍ୟା

(ଅନୁଗୁଳ): ଫାଷ୍ଟଫୁଡକୁ ନେଇ ବଚସା ହେବାରୁ ବାପା ଓ ଦୁଇ ପୁଅ ମିଶି କଲେ ହତ୍ୟା । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ପୁରୁଣାଗଡ଼ ଗାଁରେ । ସୂଚନା ଅନୁଯାୟୀ ମୃତକ ଜଣକ ହେଉଛନ୍ତି ସୁଭାଷିଶ ମହାପାତ୍ର । ଗତକାଲି ଆକ୍ରମଣକାରୀ ସୁବାଷ ଦୋରାଙ୍କ ଫାଷ୍ଟଫୁଡ ଦୋକାନ ରହିଥିବା ବେଳେ ସୁଭାଶିଷ ଏହି ଦୋକାନକୁ ସନ୍ଧ୍ୟାରେ ଫାଷ୍ଟଫୁଡ ଖାଇବାକୁ ଯାଇଥିଲେ । ତେବେ ଫାଷ୍ଟଫୁଡ ଖାଇବା ସମୟରେ କୌଣସି କଥାକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଏନେଇ ରାତି ପ୍ରାୟ ୧୦ଟା ସମୟରେ ପୁରୁଣାଗଡ଼ ଛକରେ ସୁବାଷ ଓ ତାଙ୍କ ଦୁଇ ପୁଅ ଏକ ଲୁହା ରଡ଼ରେ ପିଟି ପିଟି ହତ୍ୟା କରିଥିଲେ ସୁଭାଷିଶଙ୍କୁ । ତେବେ ପୋଲିସ ସୂଚନା ପାଇ ଘଟଣା ସ୍ଥଳରେ ପହଞ୍ଚିଥିଲେ । ଏହି ଘଟଣାରେ ଅଭିଯୁକ୍ତ କୁହାଯାଉଥିବା ସୁବାଷ ଓ ତାଙ୍କ ଗୋଟିଏ ପୁଅକୁ ଅଟକ ରଖିଛି ପୋଲିସ ଓ ଆଉ ଜଣେ ପୁଅ ଫେରାର ରହିଛି, ଏନେଇ ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।

Related posts

ବିଦ୍ୟାଙ୍କ ଅବହେଳାରୁ ସୌମ୍ୟଙ୍କ ମୃତ୍ୟୁ ହୋଇଛି

mahabharatanews

ଭୁବନେଶ୍ୱରରେ ଗୋଟିଏ ଦିନରେ ୫ଟି ଅପମୃତ୍ୟୁ ମାମଲା

mahabharatanews

କଣିହା ରେଭିନ୍ୟୁ ଇନସ୍ପେକ୍ଟର ଭିଜିଲାନ୍ସ ଜାଲରେ

mahabharatanews