ପୁରୀ/ଜୟନ୍ତ କୁମାର ସେଠି: ତୃତୀୟ ପର୍ୟ୍ୟାୟରେ ପୁରୀ ଜିଲ୍ଲାର ୫୩ ଟି ବିଦ୍ୟାଳୟ ୫ ଟି ଆଧାର ରେ ରୂପାନ୍ତରଣ କରାଯାଇଛି। ତେବେ ଗଙ୍ଗାଧର ହାଇସ୍କୁଲ ପରିସରରେ ୫ଟି ରେ ରୂପାନ୍ତରିତ ହୋଇଥିବା ଏହି ବିଦ୍ୟାଳୟକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଭାସୀ ମାଧ୍ୟମରେ ଲୋକାର୍ପଣ କରିଛନ୍ତି । ଶିକ୍ଷା ପ୍ରଗତି ଓ ବିକାଶର ମୁଖ୍ୟ ଆଧାର ବୋଲି କହିବା ସହ ଉନ୍ନତ ମାନର ପରିବେଶ ପିଲା ମାନଙ୍କୁ ଭଲ ପଢିବା ପାଇଁ ପ୍ରେରଣା ଦେବ ବୋଲି ସେ କହିଥିଲେ। ପିଲାମାନେ ପଢି, ବଢି, ଶ୍ରେଷ୍ଠ ହୋଇ ଓଡ଼ିଶାର ନାମ ଉଜ୍ଜ୍ୱଳ କରିବାକୁ ସେ ପରାମର୍ଶ ଦେଇ ଛନ୍ତି । ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ବର୍ତ୍ତମାନ ଶିକ୍ଷାନୁଷ୍ଠାନର ଭିତ୍ତିଭୂମି ସୁଦୃଢ କରି ସରକାର ଆଗାମୀ ପୀଢି ପାଇଁ ପ୍ରେରଣା ସୃଷ୍ଟି କରୁଛନ୍ତି ବୋଲି କହିଥିଲେ। ସମଗ୍ର ରାଜ୍ୟରେ ୩ୟ ପର୍ୟ୍ୟାୟ ସୁଦ୍ଧା ୩୪୧୧ କୋଟି ଟଙ୍କା ବ୍ୟୟରେ ୬୮୭୨ ବିଦ୍ୟାଳୟର ରୂପାନ୍ତରଣ ହୋଇଛି। ୨୦୩୬ ମସିହା ଓଡିଶା ଗଠନର ୧୦୦ ବର୍ଷ ପୂର୍ତ୍ତି ଅବସରରେ ଓଡ଼ିଶାକୁ ଶ୍ରେଷ୍ଠ ରାଜ୍ୟରେ ପରିଣତର ଲକ୍ଷ୍ୟ ରଖାଯାଇଛି। ସେହିପରି ୧୦୩ କୋଟି ଟଙ୍କା ବ୍ୟୟରେ ଏସ ଏଚ ଜି ର ୧୦୪୧୨ ଜଣଙ୍କୁ ବିଭିନ୍ନ ବିଦ୍ୟାଳୟର ପିଅନ ଓ ଜଗୁଆଳ ଭାବେ ରକ୍ଷଣାବେକ୍ଷଣ ଦାୟିତ୍ୱ ଦିଆଯାଇଛି ବୋଲି ସେ କହିବା ସହ ରୂପାନ୍ତରଣ ପରେ ପିଲା ମାନଙ୍କୁ ବିଦ୍ୟାଳୟ ଆକୃଷ୍ଟ କରୁଛି ବୋଲି କହିଛନ୍ତି । ୫ଟି ସଚିବ ଭି କେ ପାଣ୍ଡିଆନ କାର୍ୟ୍ୟକ୍ରମ କୁ ସଂଚାଳନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଜଗତସିଂହପୁର ସାଂସଦ ଡା ରାଜଶ୍ରୀ ମଲ୍ଲିକ, ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ, ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସ୍ୱପ୍ନାରାଣୀ ସ୍ୱାଇଁ ପ୍ରମୁଖ ଯୋଗ ଦେଇ ଥିଲେ। ଜିଲ୍ଲାପାଳ ସମର୍ଥ ବର୍ମା ସମସ୍ତଙ୍କୁ ସ୍ୱାଗତ ସହ ପୁରୀ ଜିଲ୍ଲାର ବିଦ୍ୟାଳୟ ରୂପାନ୍ତରଣ ସମ୍ପର୍କରେ ସୂଚନା ଦେଇ ୩୩୮ ବିଦ୍ୟାଳୟ ମଧ୍ୟରୁ ୩ ଟି ପର୍ୟ୍ୟାୟରେ ୧୯୬ ଟି ସାମିଲ ହୋଇଥିବା ବେଳେ ଅବଶିଷ୍ଟ ୧୪୨ ଟି ୪ର୍ଥ ପର୍ୟ୍ୟାୟରେ କରାଯିବାର କାର୍ୟ୍ୟକ୍ରମ ଅଛି ବୋଲି କହିଛନ୍ତି । ଗଙ୍ଗାଧର ଉଚ୍ଚ ବିଦ୍ୟାଳୟର ଛାତ୍ରୀ ପୂଜାରାଣୀ ନାୟକ ମୁଖ୍ୟମନ୍ତ୍ରୀଙ୍କ ସହ ବାର୍ତ୍ତାଳାପ କରି ବିଦ୍ୟାଳୟ ରୂପାନ୍ତରିତ ହେବା ପରେ ଛାତ୍ରଛାତ୍ରୀ ମାନେ ଗର୍ବ ଅନୁଭବ କରିବା ସହ ପାଉଥିବା ସୁବିଧା ସମ୍ପର୍କରେ ମତ ଦେଇ ଏଥିପାଇଁ ମୁଖ୍ୟମନ୍ତ୍ରୀ ଓ ୫ ଟି ସଚିବଙ୍କୁ କୃତଜ୍ଞତା ଜଣାଇଛନ୍ତି । କାର୍ୟ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ କୈଳାସ ଚନ୍ଦ୍ର ନାୟକ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ୟ୍ୟ ନିର୍ବାହୀ ଅଧିକାରୀ ଜ୍ୟୋତି ଶଙ୍କର ମହାପାତ୍ର, ପୌରନିର୍ବାହୀ ଅଧିକାରୀ ସରୋଜ କୁମାର ସ୍ୱାଇଁ, ଜିଲ୍ଲା ଶିକ୍ଷା ଅଧିକାରୀ ଡଃ ବିଶ୍ୱଜିତ ଘୋଷ, ସମସ୍ତ ବ୍ଲକର ବିଡ଼ିଓ, ବିଭିନ୍ନ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ।
previous post