Uncategorized

ମଧୁସୂଦନ ଦାସଙ୍କ ୧୭୫ ତମ ଜୟନ୍ତୀ ପାଳନ

ଅନୁଗୋଳ ସହରର ସ୍ତାନୀୟ ସଭା ଘର ଠାରେ ଆଜି ୧୭୫ ତମ ଜୟନ୍ତୀ ଓ ଆଇନୀଜୀବୀ ଦିବସ ସମାରୋହ ୨୦୨୩ ପାଳନ ହୋଇଯାଇଛି। ଏହି କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନ୍ୟାୟ ମୃର୍ତ୍ତି ଶ୍ରୀଯୁକ୍ତ ଗୌରୀ ଶଙ୍କର ଶତପଥୀ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ଅନୁଗୋଳ ଜିଲ୍ଲା ଦୌରା ଜଜ ପ୍ରଣବ କୁମାର ପାତ୍ର ଯୋଗ ଦେଇଥିଲେ। ଅନୁଗୋଳ ବାର ଆସୋସିଏସନ ସଭାପତି ଦିଲ୍ଲୀପ କୁମାର ସାହୁ, ସାଧାରଣ ସମ୍ପାଦକ ହିମାଂଶୁ ଭୂଷଣ ସାମଲ ମଞ୍ଚାସୀନ ଥିଲେ। ପ୍ରଥମେ ପ୍ରଭୁଃ ଜଗନ୍ନାଥ ଙ୍କ ନିକଟରେ ପ୍ରଦୀପ ପ୍ରଜ୍ଜଳନ କରିଥିଲେ। ମୁଖ୍ୟ ଅତିଥି, ମୁଖ୍ୟ ବକ୍ତା ଏବଂ ମଞ୍ଚାସୀନ ଅତିଥିଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧନା କରିବା ପରେ କାର୍ୟ୍ୟକ୍ରମ ଆରମ୍ଭ ହୋଇଥିଲା। ଏହି କାର୍ୟ୍ୟକ୍ରମରେ ଅନୁଗୋଳ ଜିଲ୍ଲାର ସମସ୍ତ ଆଇନୀଜୀବୀ ଗଣ ଉପସ୍ଥିତ ରହିଥିଲେ ।

 

Related posts

୧୯୯୮ରେ ଦାଉଦକୁ ମାରିବାକୁ ଛୋଟା ରାଜନ ଷହଯନ୍ତ୍ର କରିଥିଲା: ଲକଡବାଲା

mahabharatanews

ସ୍ତ୍ରୀକୁ ତାର ପ୍ରେମିକ ହାତକୁ ଟେକିଦେଲା ସ୍ୱାମୀ

mahabharatanews

ଦେଶରେ ସର୍ବକାଳୀନ ରେକର୍ଡ ଭାଙ୍ଗିଲା କରୋନା ସଂକ୍ରମଣ

mahabharatanews