ଓଡିଶା

ଆଉ ୫ଜଣ କରୋନା ସଂକ୍ରମିତ ଚିହ୍ନଟ 

(ଭୁବନେଶ୍ୱର) : ଦେଶରେ ପୁଣି ମୁଣ୍ଡ ଟେକୁଛି କରୋନା । ଦିନକୁ ଦିନ ବଢିବାରେ ଲାଗିଛି କରୋନା ସଂକ୍ରମଣ ମାମଲା । ଏଥି ମଧ୍ୟରେ ଗତ ୨୪ ଘଣ୍ଟାରେ ରାଜ୍ୟରେ ଆଉ ୫ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୪ ରେ ପହଞ୍ଚିଛି । ସେଥିମଧ୍ୟରୁ ୨୩ଆକ୍ଟିଭ କେସ ରହିଛି । ଜଣେ ଆକ୍ରାନ୍ତ ସୁସ୍ଥ ହୋଇଥିବା ସୂଚନା ଦେଇଛି ସ୍ୱାସ୍ଥ୍ୟ ବିଭାଗ ।

 ସୂଚନାନୁଯାୟୀ , ବର୍ତ୍ତମାନ ରାଜ୍ୟରେ ଚିନ୍ତା ଜନକ ସ୍ଥିତି ନାହିଁ । ଦେଶରେ ଚିହ୍ନଟ ସଂକ୍ରମିତ ରୋଗୀଙ୍କ ମଧ୍ୟ ଅଧିକାଂଶ ଦକ୍ଷିଣ ଭାରତରୁ ଚିହ୍ନଟ ହୋଇଛନ୍ତି । କେରଳରୁ କେବଳ ଚିହ୍ନଟ ହେଇଛନ୍ତି 40 ପ୍ରତିଶତ ସଂକ୍ରମିତ ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର । ଏହା ସହ ଲକ୍ଷଣ ଦେଖା ଦେଲେ ନିଜକୁ ଆଇସୋଲେଟ୍ କରି ରଖିବାକୁ ଏବଂ ବାହାରକୁ ଆସିଲେ ମାସ୍କ ପିନ୍ଧିକି ବାହାରକୁ ଆସିବାକୁ ପରାମର୍ଶ ଦିଆଯାଇଛି ।

Related posts

ଭୁବନେଶ୍ୱର ରେଳ ଷ୍ଟେସନ ମଲ୍ଟି ହବ୍ ପ୍ରକଳ୍ପ କେବେ?

mahabharatanews

ହିଞ୍ଜିଳି ଗ୍ରାମ୍ୟ ବିକାଶର ଚିତ୍ର ଦେଖିଲେ କେନ୍ଦ୍ର ସରକାରଙ୍କ ଯୁଗ୍ମ ସଚିବ

mahabharatanews

ସ୍କୁଲ୍ ମିଶ୍ରଣକୁ ବିରୋଧ, ୟୁନିଟ୍‌-୯ ବାଳିକା ବିଦ୍ୟାଳୟରେ ତାଲା

mahabharatanews