Uncategorized

ଚୀନକୁ ଫେରିଛି କରୋନା: ପୂର୍ବାପେକ୍ଷା ଅଧିକ କ୍ଷତିକାରକ

ବେଜିଂ: ଚୀନରୁ ସୃଷ୍ଟ କରୋନା ପୁଣି ଚୀନକୁ ଫେରିଛି । ଏଥର ଏହି ଭୂତାଣୁ ପୂର୍ବାପେକ୍ଷା ଅଧିକ କ୍ଷତିକାରକ ହୋଇଛି । ବର୍ତ୍ତମାନ ଏହା ଉପରେ ଗବେଷଣକୁ ଆହୁରି ବ୍ୟାପକ କରାଯାଇଛି । କରୋନାର ଏହି ନୂଆ ରୂପକୁ ନେଇ ଚୀନ ଅତ୍ୟନ୍ତ ଚିନ୍ତିତ । ସରକାରୀ ସୂଚନା ଅନୁଯାୟୀ ଚୀନରେ ୮୨ ହଜାର ୯୬୫ ମାମଲା ରହିଛି । ଗତ ୨୪ ଘଣ୍ଟାରେ ଚୀନରେ ମାତ୍ରା ୫ଟି ନୂଆ ମାମଲା ସାମ୍ନାକୁ ଆସିଛି । କରୋନା ଯୋଗୁଁ ଚୀନରେ ୪ ହଜାର ୬୩୪ ଜଣଙ୍କର ମୃତ୍ୟୁ ହୋଇଥିବା ଚୀନ ଦାବି କରିଛି । ବର୍ତ୍ତମାନ ଚୀନରେ କେବଳ ୮୭ ଆକ୍ଟିଭ ମାମଲା ରହିଛି ।
ଚୀନର ଜିଲିନ ଅଞ୍ଚଳରେ ଟେଷ୍ଟିଙ୍ଗକୁ ଜୋରଦାର କରାଯାଉଛି । ବୁହାନରେ ମଧ୍ୟ କରୋନା ଟେଷ୍ଟିଙ୍ଗ କରାଯାଉଛି । କାରଣ ନୂଆ ରୂପରେ ଆସିଥିବା କରୋନାକୁ ଚିହ୍ନିବା ସହଜ ହେଉନାହିଁ । ନ୍ୟାସନାଲ ହେଲ୍ଥ କମିଶନ ସଦସ୍ୟ କ୍ୟୁଇ ହାଇବୋଙ୍କ କହିବାନୁଯାୟୀ, ଏହି ନୂଆ କରୋନା ମାମଲା ସମ୍ପୂର୍ଣ ଭିନ୍ନ । ରୋଗ ବଢିବାର ଅବଧି ଅଧିକ ରହିଛି ଏବଂ ଏହି ଅବଧିରେ ଭୂତାଣୁ ସଂକ୍ରମଣ ଲକ୍ଷଣ ହୀନ ରହୁଛି । ଫଳରେ ଏହାର ସଂକ୍ରମଣ ଉକ୍ରଟ ହେବା ଆଶଙ୍କା କରାଯାଉଛି । ପୂର୍ବପରି ଜ୍ୱର ହେଉନାହିଁ । ରୋଗୀଙ୍କର କେବଳ ତଣ୍ଟିରେ ଯନ୍ତ୍ରଣା ହେଉଛି ଏବଂ ରୋଗୀ ହାଲିଆ ଅନୁଭବ କରୁଛନ୍ତି ।
କ୍ୟୁଇ ହାଇବୋ ଦାବି କରିଛନ୍ତି ଯେ କରୋନା ପୁଣି ନୂଆ ରୂପରେ ଫେରିଛି । ଏବେ ପୂର୍ବ ଭଳି ପୀଡିତଙ୍କୁ ଜ୍ୱର, ଥଣ୍ଡା, କାଶ, ନିଶ୍ୱାସ ନେବାରେ ସମସ୍ୟା ଆଦି ହେଉନାହିଁ । ସେଥିପାଇଁ ଏହାର ସଂକ୍ରମଣ ଅଧିକ ବିପଦଜନକ । ବୁହାନରେ ରୋଗୀଙ୍କ ଫୁସଫୁସ, କିଡନୀ, ଅନ୍ତନଳୀ, ହୃଦୟ ଆଦି କରୋନା ଯୋଗୁଁ ଅଧିକ ପ୍ରଭାବିତ ହେଉଥିଲା । କିନ୍ତୁ ବିଦେଶରୁ ଯେଉଁ କରୋନା ମାମଲା ସାମ୍ନାକୁ ଆସୁଛି ସେଥିରେ କେବଳ ଫୁସଫୁସରେ ଅଧିକ ସମସ୍ୟା ଦେଖା ଦେଉଛି ।

Related posts

ଗତ ମାସରେ ୮୫ ନବଜାତକଙ୍କ ମୃତ୍ୟୁ ଅହମଦାବାଦ ହସ୍ପିଟାଲରେ ହୋଇଛି

mahabharatanews

କମଲନାଥ, ପ୍ରଜାପତିଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ

mahabharatanews

ଭୋକରେ ଜୀବନ ଦେଲା, ହେଲେ ନିଜ ଛୁଆଙ୍କୁ ଖାଇଲା ନାହିଁ

mahabharatanews