ଓଡିଶା

ନୀଳଗିରି : ବାଲେଶ୍ଵର ଜିଲ୍ଲା ନୀଳଗିରି

ନୀଳଗିରି : ନୀଳଗିରି ସୀମାନ୍ତ ସିମୁଳିଆରେ ବିଦ୍ୟୁତ୍ ତାର ସଂସ୍ପର୍ଷରେ ଆସି ଦୁଇ ଗୋରୁ ମୃତ୍ୟୁବରଣ କରିଥିବା ବେଳେ ଆଉ ଗୋଟିଏ ଗୁରୁତର ହୋଇଛି। ତେବେ ସୌଭାଗ୍ୟବଶତଃ ଅଳ୍ପକେ ବର୍ତିଯାଇଛନ୍ତି ଚାଷୀ। ପୂର୍ବରୁ ଓଲଡଙ୍ଗ ଅଂଚଳରେ ବିଦ୍ୟୁତ ଆଘାତରେ ୬ଟି ଗୋରୁ ମୃତ୍ୟୁବରଣ କରିବା ପରେ ଏ ପର୍ୟ୍ୟନ୍ତ କ୍ଷତିପୂରଣ ପାଇନଥିବା ବେଳେ ଆଜି ପୁଣି ଏଭଳି ଅଘଟଣ ନେଇ ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ନୀଳଗିରି ପୋଲିସ ପହଁଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି। ଯେ ପର୍ୟ୍ୟନ୍ତ କ୍ଷତିପୂରଣ ନମିଳିଛି ସେ ପର୍ୟ୍ୟନ୍ତ କାମ କରିବାକୁ ଦିଆଯିବ ନାହିଁ ବୋଲି ଗ୍ରାମବାସୀ କହିଛନ୍ତି। ବିଦ୍ୟୁତ ବିଭାଗର ଅପାରଗତା ପାଇଁ ଏପରି ଅଘଟଣ ଘଟିଥିବା ଅଞ୍ଚଳବାସୀ ଅଭିଯୋଗ କରୁଛନ୍ତି ।
ନୀଳଗିରି ବିଦ୍ୟୁତ ଷ୍ଟ୍ରକ୍ଚରକୁ ସେରଗଡ଼ ଆଡୁ ଆସିଥିବା ୩୩ କେଭି ବିଦ୍ୟୁତ୍ ତାର ଗତକାଲି ବାତ୍ୟା ପାଇଁ ଓହଳି ପଡିଥିଲା । ଆଜି ବିଦ୍ୟୁତ ବିଭାଗ ଯାଞ୍ଚ ନକରି ବିଦ୍ୟୁତ ସଂଯୋଗ ଦେଇ ଦେଇଥିଲା ।

Related posts

ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଜାରି ରହିଛି

mahabharatanews

ବିଧାୟକ ମୁକେଶ ମହାଲିଙ୍ଗଙ୍କ ଗାଡ଼ିକୁ ଆକ୍ରମଣ

mahabharatanews

ବନ୍ୟା ଆଶଙ୍କା : ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ

mahabharatanews