Uncategorized

ଡୋମେଷ୍ଟିକ ଫ୍ଲାଇଟ ଚଳ।ଚଳ: ଏଏଆଇ ନିମନ୍ତେ ଏସଓପି ଜାରି

ନୂଆଦିଲ୍ଲୀ: ଲକଡାଉନ ପାଇଁ ପ୍ରାୟ ୨ ମାସ ଧରି ବିମାନ ଚଳାଚଳ ବନ୍ଦ ରହିଥିଲା । ଏବେ ଦେଶ ଭିତରେ ସୋମବାରଠାରୁ ଡୋମେଷ୍ଟିକ ଫ୍ଲାଇଟ ଚଳାଚଳ ପାଇଁ ସରକାରଙ୍କ ଘୋଷଣା କରିଥିବା ବେଳେ ଆଜି ‘ଏୟାର୍‌ପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ’ (ଏଏଆଇ) ବିମାନବନ୍ଦରଗୁଡ଼ିକ ନିମନ୍ତେ ‘ଷ୍ଟାଣ୍ଡାର୍ଡ ଅପରେଟିଙ୍ଗ୍ ପ୍ରସିଜ୍ୟୁର୍ସ’ (ଏସ୍ଓପି) ଜାରି କରିଛି।
‘ଏସ୍ଓପି’ ଉଲ୍ଲେଖ କରାଯାଇଛି, ବିମାନ ଯାତ୍ରା ନି‌ମନ୍ତେ ୧୪ ବର୍ଷରୁ କମ୍ ବୟସ୍କ ପିଲାଙ୍କ ପାଇଁ ଆରୋଗ୍ୟ ସେତୁ ଡାଉନ୍‌ଲୋଡ୍ କରିବା ବାଧ୍ୟତାମୂଳକ ହୋଇ ନ ଥିବା ବେଳେ ଅନ୍ୟ ଯାତ୍ରୀମାନେ ସେମାନଙ୍କ ଫୋନ୍‌ରେ ଏହି ଆପ୍ ଡାଉନ୍‌ଲୋଡ୍ କରିବାକୁ ବାଧ୍ୟ। ବିମାନ ବନ୍ଦର ଫାଟକରେ ଥିବା ବିମାନ ବନ୍ଦର କର୍ମଚାରୀ କିମ୍ବା ସେଣ୍ଟ୍ରାଲ୍ ଇଣ୍ଡଷ୍ଟ୍ରିୟାଲ୍ ସିକ୍ୟୁରିଟି ଫୋର୍ସ ଏହାକୁ ଯାଞ୍ଚ କରିବେ। ଆପ୍‌ରେ ଯେଉଁମାନେ ଗ୍ରିନ୍ ଦେଖାଯିବେ ନାହିଁ, ସେମାନଙ୍କୁ ବିମାନ ବନ୍ଦରକୁ ଛଡ଼ାଯିବ ନାହିଁ। ଯାତ୍ରୀଙ୍କୁ ମାସ୍କ ଓ ଗ୍ଲୋଭସ୍ ପିନ୍ଧିବା ବାଧ୍ୟତାମୂଳକ । ଏୟାରପୋର୍ଟ ଟର୍ମିନାଲ୍ ବିଲ୍‌ଡିଙ୍ଗ୍ ମଧ୍ୟକୁ ପ୍ରବେଶ ପୂର୍ବରୁ ଯାତ୍ରୀମାମନେ ସହର ପଟେ ଥିବା ଥର୍ମାଲ୍ ସ୍କ୍ରିନିଙ୍ଗ୍ ଜୋନ୍‌ ଦେଇ ଚାଲି ଚାଲି ଆସିବା ବାଧ୍ୟତାମୂଳକ । ଟର୍ମିନାଲ୍ ବିଲ୍‌ଡିଙ୍ଗ୍ ମଧ୍ୟକୁ ପଶିବା ପୂର୍ବରୁ ଯାତ୍ରୀମାନଙ୍କର ବ୍ୟାଗେଜ୍‌ଗୁଡ଼ିକୁ ସାନିଟାଇଜ୍ କରିବାକୁ ବିମାନ ବନ୍ଦର ପରିଚାଳକମାନେ ଉପଯୁକ୍ତ ବନ୍ଦୋବସ୍ତ କରିବା ଆବଶ୍ୟକ।
ପାର୍କିଙ୍ଗ୍ ଏବଂ ଫୁଟ୍ ପାଥ୍‌ରେ ଗହଳି ନ କରାଇ ସାମାଜିକ ଦୂରତା ବଜାୟ ରଖିବାକୁ ସିଆଇଏସ୍‌ଏଫ୍ ଏବଂ ଟ୍ରାଫିକ୍ ପୁଲିସ ସହାୟତାରେ ତୀବ୍ର ଦୃଷ୍ଟି ରଖିବାକୁ ଏହି ‘ଏସ୍‌ଓପି’ରେ ନିର୍ଦେଶ ଦିଆଯାଇଛି। ବିମାନ ଉଡ଼ାଣର ଦୁଇ ଘଣ୍ଟା ପୂର୍ବରୁ ବିମାନ ବନ୍ଦରରେ ପହଞ୍ଚିବାକୁ ଯାତ୍ରୀମାନଙ୍କୁ ପରାମର୍ଶ ଦିଆଯାଇଛି।

Related posts

ଆଇସୋଲେଟେଡ୍ ବ୍ୟକ୍ତିଙ୍କୁ ପୁସ୍ତକ ବଣ୍ଟନ

mahabharatanews

ଚନ୍ଦ୍ରକୁ ମାନବ ପଠାଇବା ମିଶନରେ ଡେରି ଅଛି: ଶିବନ

mahabharatanews

ଔଷଧ ସମ୍ବନ୍ଧିତ ବିଜ୍ଞାପନ ଆଇନରେ ହେବ ପରିବର୍ତ୍ତନ

mahabharatanews