ଓଡିଶା

ରାଜ୍ୟରେ କରୋନା ମୃତ୍ୟୁ ୧୧

ଭୁବନେଶ୍ବର: ରାଜ୍ୟରେ ଆଉ ଗୋଟିଏ କରୋନା ମୃତ୍ୟୁ । ଏହା ପରେ କରୋନା ମୃତ୍ୟୁସଂଖ୍ୟା ରାଜ୍ୟରେ ୧୧ରେ ପହଞ୍ଚିଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ମୃତକ ଜଣକ ଗଞ୍ଜାମ ଜିଲ୍ଲାର । ଗଞ୍ଜାମ ଜିଲ୍ଲାରେ କରୋନା ମୃତ୍ୟୁ ସଂଖ୍ୟା ୬କୁ ବୃଦ୍ଧି ପାଇଛି।
ଗଞ୍ଜାମର ଏହି ୫୦ବର୍ଷୀୟ ପୁରୁଷ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ବେଳେ ତାଙ୍କର ମୃତ୍ୟୁ ହୋଇଛି । କରୋନା ସଂକ୍ରମଣ ବ୍ୟତୀତ ସେ ମଧୁମେହ, ହାଇପରଟେନସନ୍, କିଡନି ଓ ଅନ୍ୟ ରୋଗରେ ପୀଡ଼ିତ ଥିଲେ । ଏବେ ରାଜ୍ୟରେ ୧୧ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଥିବା ବେଳେ ସଂକ୍ରମଣ ଥାଇ ଅନ୍ୟ ରୋଗରେ ୩ ପୀଡ଼ିତଙ୍କର ବି ମୃତ୍ୟୁ ଘଟିଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Related posts

ଉଚ୍ଚଶିକ୍ଷା କ୍ଷେତ୍ରରେ ଅତ୍ୟାଧୁନିକ ଯୋଗଦାନ ନେଇ ସଫଳତା

mahabharatanews

ଗଜପତି ମହୋତ୍ସବ-୨୦୨୫ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

mahabharatanews

ପୁରୀରେ ତିନି ଧରି ହେବ ଭାରତୀୟ ମଜଦୂର ସଂଘ ର ୨୯ ତମ ତ୍ରୈବାର୍ଷିକ ଅଧିବେଶନ

mahabharatanews