Uncategorized

ଜେଲରେ ପ୍ରଥମ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

(ନୂଆଦିଲ୍ଲୀ): ଜେଲରେ ଆଜୀବନ ସଜା କାଟୁଥିବା ଜଣେ କଏଦୀର କରୋନାରେ ମୃତ୍ୟୁ ହୋଇଛି । ମୃତ କଏଦୀ ଜଣକ ଦିଲ୍ଲୀ ମଣ୍ଡଳୀ ଜେଲରେ ସଜା କାଟୁଥିବା ୬୨ ବର୍ଷୀୟ ବୃଦ୍ଧ ବୋଲି ଜଣାପଡିଛି । ତାଙ୍କ ମୃତ୍ୟୁର କାରଣ ପ୍ରଥମେ ଜଣାପଡିନଥିଲା । ପରେ ତାଙ୍କ ନମୁନା ପରୀକ୍ଷା ହେବା ପରେ ସେ କରୋନା ଆକ୍ରାନ୍ତ ଥିବା ଜଣାପଡିଥିଲା । ତେବେ ଜେଲରେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହେବା ଦେଶରେ ପ୍ରଥମ ଘଟଣା । ମୃତ କଏଦୀ ଜଣକ ୨୦୧୬ ମସିହାରେ ଏକ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଆଜୀବନ ସଜା କାଟୁଥିଲେ । ଜେଲରେ ସେ ବରିଷ୍ଠ ନାଗରିକଙ୍କ ପାଇଁ ଥିବା ସେଲରେ ରହୁଥିଲେ । କରୋନାରେ ତାଙ୍କର ମୃତ୍ୟୁ ହେବା ପରେ ତାଙ୍କ ଏକ ଡାକ୍ତରୀ ଟିମ୍ ଜେଲର ଅନ୍ୟ କଏଦୀମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖିଛନ୍ତି । ସମସ୍ତ କଏଦୀ ଏବେ ସୁସ୍ଥ ଥିବା ଜେଲ ଅଧିକାରୀ ସୂଚନା ଦେଇଛନ୍ତି । ମୃତ କଏଦୀଙ୍କ ସହ ପୂର୍ବରୁ ନିୟମିତ ମିଳାମିଶା କରୁଥିବା କଏଦୀମାନଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଛି । ତେବେ ଜେଲରେ ଥାଇ କଏଦୀ ଜଣକ କିଭଳି କରୋନା ସଂକ୍ରମିତ ହେଲେ ସେ ନେଇ ପୋଲିସ ଓ ସ୍ୱାସ୍ଥ୍ୟ ବିଭାଗର ଟିମ୍ ତଦନ୍ତ କରୁଥିବା ସୂଚନା ମିଳିଛି ।

Related posts

ଆସାମ ବନ୍ୟାରେ ୨୪ ଜିଲ୍ଲା ପ୍ରଭାବିତ, ୧୧୦ ମୃତ୍ୟୁ

mahabharatanews

ଅମ୍ଫାନ ମୁକାବିଲା: ଓଡିଶାକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

mahabharatanews

ଭିଜିଲାନ୍ସ ଜାଲରେ ଭୁବନେଶ୍ବର ଅବକାରୀ ଜଏଣ୍ଟ କମିଶନର

mahabharatanews