ଓଡିଶା

ରାଜ୍ୟରେ କରୋନା ମୃତ୍ୟୁହାର ଅପରିବର୍ତ୍ତିତ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟାରେ ଧୀରେ ଲାଗୁଛି ବ୍ରେକ । ଗତ୨୪ ଘଣ୍ଟା ମଧ୍ୟରେ ୨୬୦୪ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୫୯୫୪୧ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ଦିଆଯାଇଛି । ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ୧୫୧୧ଜଣ କ୍ବାରେଣ୍ଟାଇନ୍‌ରୁ ଓ ୧୦୯୩ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିପରି ୨୪ ଘଣ୍ଟା ମଧ୍ୟରେ ୧୫ ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୦୭୨କୁ ବୃଦ୍ଧି ପାଇଛି ।
ଏହି ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୨୧୬, ବାଲେଶ୍ୱର ଜିଲ୍ଲାରୁ ୧୬୪, ବରଗଡ଼ ଜିଲ୍ଲାରୁ ୯୦, ଭଦ୍ରକ ଜିଲ୍ଲାରୁ ୫୦ଜଣ, ବଲାଙ୍ଗୀର ଜିଲ୍ଲାରୁ ୬୪ଜଣ, ବୌଦ୍ଧ ଜିଲ୍ଲାରୁ ୩୧ଜଣ, କଟକ ଜିଲ୍ଲାରୁ ୨୦୯ଜଣ, ଦେଓଗଡ଼ ଜିଲ୍ଲାରୁ ୧୩ଜଣ, ଢେଙ୍କାନାଳ ଜିଲ୍ଲାରୁ ୩୩ଜଣ, ଗଜପତି ଜିଲ୍ଲାରୁ ୮ଜଣ, ଗଞ୍ଜାମ ଜିଲ୍ଲାରୁ ୨୯ଜଣ, ଜଗତସିଂହପୁର ଜିଲ୍ଲାରୁ ୮୪ଜଣ, ଯାଜପୁର ଜିଲ୍ଲାରୁ ୧୧୩ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୫୭ଜଣ, କଳାହାଣ୍ଡି ଜିଲ୍ଲାରୁ ୭୬ଜଣ, କନ୍ଧମାଳ ଜିଲ୍ଲାରୁ ୩୮ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୭୦ଜଣ, କେନ୍ଦୁଝର ଜିଲ୍ଲାରୁ ୫୧ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୩୮୫ଜଣ, କୋରାପୁଟ ଜିଲ୍ଲାରୁ ୩୧ଜଣ, ମାଲକାନଗିରି ଜିଲ୍ଲାରୁ ୫୭ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୧୨୨ଜଣ, ନବରଙ୍ଗପୁର ଜିଲ୍ଲାରୁ ୬୦ଜଣ, ନୟାଗଡ଼ ଜିଲ୍ଲାରୁ ୩୫ଜଣ, ନୂଆପଡ଼ା ଜିଲ୍ଲାରୁ ୯୫ଜଣ, ପୁରୀ ଜିଲ୍ଲାରୁ ୪୯ଜଣ, ରାୟଗଡ଼ା ଜିଲ୍ଲାରୁ ୨୧ଜଣ, ସମ୍ବଲପୁର ଜିଲ୍ଲାରୁ ୪୯ଜଣ, ସୋନପୁର ଜିଲ୍ଲାରୁ ୪୪ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୧୮୬ଜଣ, ଷ୍ଟେଟପୁଲରୁ ୭୪ଜଣ ରହିଛନ୍ତି ।

 

Related posts

ଭୁବନେଶ୍ୱରରୁ ଆଉ ୩୬୫ କରୋନା ଆକ୍ରାନ୍ତ ଚିହ୍ନଟ

mahabharatanews

ଅଗଷ୍ଟ ୧୬ରୁ ସାରା ରାଜ୍ୟରେ ବସ୍‌ ଚଳାଚଳ ବନ୍ଦ !

mahabharatanews

ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ୩୩ ତମ ବାର୍ଷିକ ଖେଳକୁଦ ଓ ଯୋଗାସନ ସମାରୋହ ଉଦଘାଟିତ

mahabharatanews