ଓଡିଶା

ପୁଣି ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ, ଓଡ଼ିଶାରେ ମୃତ୍ୟୁ ସଂଖ୍ୟା ୨୬କୁ ବୃଦ୍ଧି

(ମହାଭାରତ/ଭୁବନେଶ୍ୱର): ରାଜ୍ୟରେ ପୁଣି ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ମୃତକ ଜଣକ ଗଞ୍ଜାମ ଜିଲ୍ଲାର ୫୨ ବର୍ଷୀୟ ବ୍ୟକ୍ତି । ସେ ପୂର୍ବରୁ କ୍ୟାନସରରେ ଆକ୍ରାନ୍ତ ଥିଲେ। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ମିଳିଛି । ଏହାକୁ ମିଶାଇ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୬ରେ ପହଞ୍ଚିଛି । ଗତକାଲି ଗଞ୍ଜାମର ୨ ମହିଳା କରୋନାରେ ଆକ୍ରାନ୍ତ ହୋଇ ଆଖି ବୁଜିଥିଲେ। ଗତ ସୋମବାର ମଧ୍ୟ ଜିଲ୍ଲାର ୨ ବ୍ୟକ୍ତିଙ୍କର କରୋନା ଯୋଗୁ ମୃତ୍ୟୁ ଘଟିଥିଲା। ପୂର୍ବରୁ ଗଞ୍ଜାମରେ କରୋନା ଯୋଗୁ ମୃତ୍ୟୁ ସଂଖ୍ୟା ୧୪ ଥିବା ବେଳେ ଏବେ ଏହି ସଂଖ୍ୟା ୧୫ରେ ପହଞ୍ଚିଛି। ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢିବାରେ ଲାଗିଛି । ଗଞ୍ଜାମ ଜିଲ୍ଲା ଏଥିରେ ଆଗରେ ରହିଛି । ଆଜି ଜିଲ୍ଲାରୁ ୧୦୨ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଓଡ଼ିଶାରେ ସମୁଦାୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୩୧୬ରେ ପହଞ୍ଚିଛି। ସେଥିମଧ୍ୟରୁ ୫୧୮୯ଜଣ ସୁସ୍ଥ ହୋଇ ସାରିଥିବା ବେଳେ ୨୦୯୪ଟି ଆକ୍ଟିଭ କେସ୍ ରହିଛି।

Related posts

ଟ୍ରକ ଓଲଟି ଶ୍ରମିକ ମୃତ

mahabharatanews

ଆଗ।ମୀ ଦିନରେ ଗୋଷ୍ଠୀ ସଂକ୍ରମଣ ହେବ: ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

mahabharatanews

ସତ୍ୟନଗର ସିଲ କଲା ବିଏମସି

mahabharatanews