(ନୂଆଦିଲ୍ଲୀ):ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ହୁ ହୁ ହୋଇ ବଢିବାରେ ଲାଗିଛି । ଜୁଲାଇ ୬ ତାରିଖ ସକାଳ ସୁଦ୍ଧା ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୬ ଲକ୍ଷ ୯୭ ହଜାର ୪୧୩ରେ ପହଞ୍ଚିଛି । ଏମାନଙ୍କ ମଧ୍ୟରୁ ୪ ଲକ୍ଷ ୨୪ ହଜାର ୪୩୨ ଜଣ ସୁସ୍ଥ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣେ ଦେଶାନ୍ତର ଯାତ୍ରା କରିଛନ୍ତି। ବାକି ୧୯୬୯୩ ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ୨୪ ଘଣ୍ଟା ମଧ୍ୟରେ ଜଣାପଡ଼ିଥିବା ୨୪, ୨୪୮ ଆକ୍ରାନ୍ତଙ୍କୁ ମିଶାଇ ସମ୍ପ୍ରତି ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୨୫୩୨୮୭ ରହିଛି। ସମଗ୍ର ଦେଶର ୨୪ ଘଣ୍ଟା ମଧ୍ୟରେ ୪୨୫ ଜଣଙ୍କର ମୃତ୍ୟୁ ଘଟିଛି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି ।
୨୪ ଘଣ୍ଟାରେ ପୁଣି ୨୪,୨୪୮ ଜଣ କରୋନାରେ ସଂକ୍ରମିତ ହେବାରୁ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୬,୯୭,୪୧୩ରେ ପହଞ୍ଚି ଯାଇଛି। ରବିବାର କରୋନାରେ ଦେଶରେ ୪୨୫ ଜଣଙ୍କ ମୃତ୍ୟୁ ହୋଇଛି । ଏହାକୁ ମିଶାଇ ଏଯାଏ କରୋନା ଯୋଗୁ ଦେଶରେ ୧୯,୬୯୩ ଜଣଙ୍କ ମୃତ୍ୟୁ ହେଲାଣି। କରୋନା ସହ ଲଢି ୪,୨୪,୪୩୩ ଜଣ ବିଜୟୀ ହୋଇଛନ୍ତି। ଏମାନେ ସୁସ୍ଥ ହେବାରୁ ସମସ୍ତଙ୍କୁ ଘରକୁ ପଠାଇ ଦିଆଯାଇଛି। ଏବେ ଦେଶରେ ୨,୫୩,୨୮୭ ଆକ୍ଟିଭ କେସ ରହିଛି।
ମହାରାଷ୍ଟ୍ରର କରୋନା ସ୍ଥିତିରେ କୌଣସି ବି ପରିବର୍ତ୍ତନ ଆସିନାହିଁ। ରବିବାର ପୁଣି ରାଜ୍ୟରେ ୬ ହଜାରରୁ ଅଧିକ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨,୦୬,୬୧୯ ରହିଥିବା ବେଳେ ଏମାନଙ୍କ ମଧ୍ୟରୁ ୮୮୨୨ ଜଣଙ୍କ ମୃତ୍ୟୁ ଘଟିଛି। ସେହିପରିି ୧,୧୧,୭୪୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତାମିଲନାଡୁରେ ବି କରୋନା ଉପର ମୁହାଁ ହୋଇଛି। ଏଯାଏ ରାଜ୍ୟରେ ଚିହ୍ନଟ ହୋଇଥିବା ୧,୧୧,୧୫୧ ଜଣଙ୍କ ମଧ୍ୟରୁ ୬୨,୭୭୮ ଜଣ ସୁସ୍ଥ ହୋଇଛନ୍ତି ଓ ୧୫୧୦ ଜଣ ପ୍ରାଣ ହରାଇଛନ୍ତି।
previous post
next post
