(ମହାଭାରତ/ଭୁବନେଶ୍ୱର):ମହାମାରୀ କରୋନା ଦେଶରେ ଦିନକୁ ଦିନ ରେକର୍ଡ ଭାଙ୍ଗିବାରେ ଲାଗିଛି। ଦିନକରେ ଆକ୍ରାନ୍ତଙ୍କ ସଂଖ୍ୟାରେ ରେକର୍ଡ ପରିମାଣରେ ବୃଦ୍ଧି ହୋଇଛି । ଗତ ୨୪ ଘଣ୍ଟାରେ ଦେଶରେ ୩୨ ହଜାର ୬୯୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗୋଟିଏ ଦିନରେ ଆକ୍ରାନ୍ତ ଚିହ୍ନଟରେ ଏହା ବର୍ତ୍ତମାନ ସୁଦ୍ଧା ସର୍ବାଧିକ । ବର୍ତ୍ତମାନ ସୁଦ୍ଧା ଦେଶରେ ଆକ୍ରାନ୍ତ ସଂଖ୍ୟା କେବେ ୩୨ ହଜାର ପାର କରିନଥିଲା । ସେହିପରି କରୋନା ସଂକ୍ରମଣରେ ଗତ ୨୪ ଘଣ୍ଟାରେ ସାରା ଦେଶରେ ଆଉ ୬୦୬ ଜଣଙ୍କ ଜୀବନ ଯାଇଛି । ଏହାକୁ ମିଶାଇ ଦେଶରେ ମୋଟ୍ କରୋନା ମୃତ୍ୟୁ ସଂଖ୍ୟା ୨୪ ହଜାର ୯୧୫ ହୋଇଛି । ୩୨ ହଜାର ୬୯୫ ନୂଆ ଆକ୍ରାନ୍ତ ସହିତ ଦେଶରେ ମୋଟ୍ କରୋନା ଆକ୍ରାନ୍ତ ସଂଖ୍ୟା ୯ ଲକ୍ଷ ୬୮ ହଜାର ୮୭୬କୁ ବୃଦ୍ଧି ହୋଇଛି । ଦେଶରେ ଏବେ ୩ ଲକ୍ଷ ୩୧ ହଜାର ୧୪୬ ଆକ୍ଟିଭ୍ କରୋନା ରୋଗୀ ରହିଥିବା ଜଣାପଡିଛି ।
