ଭାରତସ୍ୱାସ୍ଥ୍ୟ

ଦେଶରେ କରୋନା ସଂକ୍ରମଣ ହ୍ରାସ ପାଇଛି ୪,୪୧୭ ଜଣ କରୋନା ପଜିଟିଭ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ହ୍ରାସ ପାଇଛି। ଗତ ୩ ମାସ ମଧ୍ୟରେ ସବୁଠାରୁ କମ୍‌ କରୋନା ସଂକ୍ରମଣ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪,୪୧୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ନୂଆ ସଂକ୍ରମଣକୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୪,୪୪, ୬୬,୮୬୨ରେ ପହଞ୍ଚିଛି।

ଦେଶରେ ସକ୍ରିୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇ ୫୨,୩୩୬ରେ ପହଞ୍ଚିଥିବା ବେଳେ ୨୪ ଘଣ୍ଟା ମଧ୍ୟରେ କରୋନା ଜନିନ ୨୩ ମୃତ୍ୟୁ ମାମଲା ସାମ୍ନାକୁ ଆସିଛି। ଏହି ନୂଆ ମୃତ୍ୟୁ ମାମଲାକୁ ମିଶାଇ ଦେଶରେ ସମୁଦାୟ ମୃତ୍ୟୁ ସଂଖ୍ୟା ୫, ୨୮, ୦୩୦ରେ ପହଞ୍ଚିଛି।

Related posts

ପଞ୍ଚଦଶତମ ରାଷ୍ଟ୍ରପତି ଭାବେ ଶପଥ ନେଲେ ଦ୍ରୌପଦୀ ମୁର୍ମୁ

mahabharatanews

ପାତାଲକୋର୍ଟ ଏକ୍ସପ୍ରେସ କୋଚରେ ନିଆଁ 

mahabharatanews

୨୧୪ କ୍ୟାଲିବର ବିଶିଷ୍ଟ ପିନାକା ରକେଟ ସିଷ୍ଟମ୍ ଲଞ୍ଚ କରିଛି ଭାରତ

mahabharatanews