ଓଡିଶାସ୍ୱାସ୍ଥ୍ୟ

୩ ଶହ ତଳେ ରହିଛି କରୋନା ସଂକ୍ରମଣ; ୨୦୩ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ହ୍ରାସ ପାଇଛି । ତେବେ ଆଜି କରୋନା ସଂକ୍ରମଣ ୩ ଶହ ତଳକୁ ରହିଛି । ଗତକାଲି ରାଜ୍ୟରେ କରୋନା ସଂକ୍ରମଣ ୨୮୭ ଥିବାବେଳେ ଆଜି ୨୦୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୧୧୯ ଜଣ ସଙ୍ଗରୋଧ କେନ୍ଦ୍ରରୁ ଏବଂ ୮୪ ଜଣ ସ୍ଥାନୀୟ ସଂକ୍ରମଣରୁ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୩୧ ଜଣ ୧୮ ବର୍ଷରୁ କମ୍ ଶିଶୁ କିଶୋର ଥିବା ଜଣାପଡିଛି । ସୁନ୍ଦରଗଡ ଝିଲ୍ଲାରୁ ସର୍ବାଧିକ ୩୪ଜଣ ଚିହ୍ନଟ ହୋଇଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି ।

ଗତ ୨୪ ଘଣ୍ଟା ମଧ୍ୟରେ ବାଲେଶ୍ୱର ଜିଲ୍ଲାରୁ ୫ଜଣ, ବରଗଡ ଜିଲ୍ଲାରୁ ୧୧ଜଣ, ଭଦ୍ରକ ଜିଲ୍ଲାରୁ ୩ଜଣ, ବଲାଙ୍ଗୀର ଜିଲ୍ଲାରୁ ୧୪ଜଣ, ବୌଦ୍ଧ ଜିଲ୍ଲାରୁ ୧ଜଣ, କଟକ ଜିଲ୍ଲାରୁ ୧୦ଜଣ ,ଦେଓଗଡ ଜିଲ୍ଲାରୁ ୪ଜଣ, ଗଜପତି ଜିଲ୍ଲାରୁ ୩ଜଣ, ଜଗତସିଂହପୁର ଜିଲ୍ଲାରୁ ୨ଜଣ, ଯାଜପୁର ଜିଲ୍ଲାରୁ ୭ଜଣ , କଳାହାଣ୍ଡି ଜିଲ୍ଲାରୁ ୪ଜଣ, କନ୍ଧମାଳ ଜିଲ୍ଲାରୁ ୪ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୩୨ଜଣ, କୋରାପୁଟ ଜିଲ୍ଲାରୁ୧ଜଣ, ମୟୂରଭଂଜ ଜିଲ୍ଲାରୁ ୯ଜଣ, ନବରଂଗପୁର ଜିଲ୍ଲାରୁ ୮ଜଣ, ନୟାଗଡ ଜିଲ୍ଲାରୁ ୭ଜଣ, ନୂଆପଡା ଜିଲ୍ଲାରୁ ୧୦ଜଣ, ପୁରୀ ଜିଲ୍ଲାରୁ୯ଜଣ, ରାୟଗଡା ଜିଲ୍ଲାରୁ ୪ଜଣ, ସମ୍ବଲପୁରରୁ ୮ଜଣ, ସୋନପୁରରୁ ୬ଜଣ, ସୁନ୍ଦରଗଡରୁ ୩୪ଜଣ , ଷ୍ଟେଟପୁଲ୍ ୭ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତିି ।ଏବେବି୨୩୬୮ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି , ଏପର୍ଯ୍ୟନ୍ତ ରାଜ୍ୟରେ ୧୩୨୫୨୬୪ ପଜିଟିଭ ଜିହ୍ନଟ ହୋଇଛନ୍ତି । ସେହିପରି ୧୩୧୩୬୭୯ ଜଣ ସୁସ୍ଥ ହୋଇଛନ୍ତି ।

Related posts

ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ  ୫,୨୨୧ ଜଣ କରୋନା  ପଜିଟିଭ ଚିହ୍ନଟ

mahabharatanews

ଠିକାଦାରଙ୍କ ମନମାନିକୁ ବିରୋଧ, ଉଦ୍ୟାନ ବିଭାଗ ଶ୍ରମିକଙ୍କ ବିକ୍ଷୋଭ

mahabharatanews

ଏମସରେ ଭର୍ତ୍ତି ହେଲେ  ପ୍ରଦୀପ ପାଣିଗ୍ରାହୀ 

mahabharatanews