ଓଡିଶା

ବଢୁଛି ତାତି; ଅସ୍ତବ୍ୟସ୍ତ ଜନଜୀବନ  

(ଭୁବନେଶ୍ୱର) : ଦିନକୁ ଦିନ ତାତି ବଢ଼ିବାରେ ଲାଗିଛି  । ସାରା ରାଜ୍ୟରେ ଜାରି ରହିଛି ପ୍ରବଳ ଗ୍ରୀଷ୍ମ ପ୍ରବାହ । ପ୍ରଚଣ୍ଡ ଖରା ସାଙ୍ଗକୁ ତତଲା ପବନ ରେ କଲବଲ ହେଉଛନ୍ତି ରାଜ୍ୟବାସୀ । ଉପକୂଳରୁ ପଶ୍ଚିମ ଏବଂ ଦକ୍ଷିଣରୁ ଉତ୍ତର ଓଡ଼ିଶା ସବୁଠି ଖରା ଅନୁଭୂତ ହୋଇଛି ।

ସୂଚନାନୁଯାୟୀ , ଏଥି ମଧ୍ୟରେ ମଙ୍ଗଳବାର ୭ଟି ସହରରେ ଦିନ ତାପମାତ୍ରା ୪୧ଡିଗ୍ରୀ ଉପରେ ରହିଛି । ରାଜ୍ୟରେ ସବୁଠୁ ଅଧିକ ତାପମାତ୍ରା ମାଲକାନଗିରିରେ ୪୧.୭ ଡିଗ୍ରୀ ରେକର୍ଡ ହୋଇଛି । ରାଜ୍ୟକୁ ପଶ୍ଚିମା ଗରମ ବାୟୁ ପ୍ରବାହିତ ହେଉଛି । ଅପରାହ୍ନ ୨ଟା ପର୍ଯ୍ୟନ୍ତ ଏହି ବାୟୁ ପ୍ରବାହ ଯୋଗୁଁ ସମୁଦ୍ର ମଧ୍ୟରୁ ପବନ ଆସୁନାହିଁ । ଫଳରେ ଦିନ ତାପମାତ୍ରା ବୃଦ୍ଧି ପାଉଛି । ପାଣିପାଗ ବିଭାଗର ଆକଳନ ଅନୁସାରେ ଆଗାମୀ ୪ଦିନ ପର୍ଯ୍ୟନ୍ତ ଏଭଳି ସ୍ଥିତି ଲାଗି ରହିବ । କେତେକ ଜିଲାରେ ଦିନ ତାପମାତ୍ରା ବଢିବା ଦ୍ବାରା ଅସମ୍ଭାଳ ତାତି ଅନୁଭୂତ ହେବାର ସମ୍ଭାବନା ରହିଛି ।

Related posts

ମହାବିଦ୍ୟାଳୟ ପରିସରରେ ବାର୍ଷିକ ‘ସମର ଫେଷ୍ଟିଭାଲ’  ମହାସମାରୋହରେ ପାଳନ

mahabharatanews

ପୂର୍ଣ୍ଣଗ୍ରାସ ଚନ୍ଦ୍ରଗ୍ରହଣ ପାଇଁ ଶ୍ରୀମନ୍ଦିରରେ ଚାଲିଛି ମହାପ୍ରଭୁଙ୍କ ସ୍ୱତନ୍ତ୍ର ନୀତିକାନ୍ତି

mahabharatanews

ଦେଶର ସର୍ବାଧିକ ପ୍ରଦୂଷିତ ୪ ସହର ଭିତରେ ଓଡ଼ିଶାର ତାଳଚେର, ବାରିପଦା ଓ ଅନୁଗୁଳ ସହର

mahabharatanews