Uncategorized

ଦେଶରେ ୨୪ ଘଣ୍ଟାରେ ୭୫,୮୦୯ କରୋନା ଆକ୍ରାନ୍ତ ଚିହ୍ନଟ, ୧୧୩୩ ମୃତ

(ନୂଆଦିଲ୍ଲୀ): ଭାରତରେ କରୋନା ସଂକ୍ରମଣ ଏବେ ହୁ ହୁ ହୋଇ ବଢ଼ିବାରେ ଲାଗିଛି । ଦେଶରେ ଗତ ୨୪ ଘଣ୍ଟାରେ ୭୫,୮୦୯ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏଥିସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୨ ଲକ୍ଷ ୮୦ ହଜାର ୪୨୨ ରେ ପହଞ୍ଚିଛି। ସେହିପରି ଗୋଟିଏ ଦିନରେ ୧୧୩୩ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଏହାକୁ ମିଶାଇ ମୋଟ ମୃତ୍ୟୁ ସଂଖ୍ୟା ୭୨ ହଜାର ୭୭୫ କୁ ବୃଦ୍ଧି ପାଇଛି। ଦେଶରେ ବର୍ତ୍ତମାନ ୮ ଲକ୍ଷ ୮୩ ହଜାର ୬୯୭ ଆକ୍ଟିଭ୍ କେସ୍ ଥିବାବେଳେ ୩୩ ଲକ୍ଷ ୨୩ ହଜାର ୯୫୦ ଜଣ ଆରୋଗ୍ୟ ଲାଭ କରିଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

Related posts

ପୁଣି ଦିଲ୍ଲୀକୁ ବୋମା ଧମକ, ଉଡିବ ରାଜଧାନୀର ତିନୋଟି କୋର୍ଟ

mahabharatanews

ଦୁର୍ନୀତିଗ୍ରସ୍ତ ସରକାରୀ କର୍ମଚାରୀଙ୍କୁ ମିଳିବନି ପାସପୋର୍ଟ

mahabharatanews

ସିଏଏ ସମର୍ଥନରେ ମୋଦିଙ୍କ ଅଭିଯାନ ଆରମ୍ଭ

mahabharatanews