Uncategorized

ରାଜ୍ୟରେ ଆଉ ୬୧୮ କରୋନା ପଜିଟିଭ ଚିହ୍ନଟ

(ମହାଭାରତ/ଭୁବନେଶ୍ୱର): ଆଜି ଓଡ଼ିଶାରେ ଆଉ ୬୧୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୪,୮୯୮ରେ ପହଞ୍ଚି ଯାଇଛି। ଚିହ୍ନଟ ହୋଇଥିବା ୬୧୮ ଜଣଙ୍କ ମଧ୍ୟରୁ ୪୧୧ ଜଣ କ୍ଵାରେଣ୍ଟିନ ସେଣ୍ଟରରୁ ଜଣାପଡିଥିବାବେଳେ ୨୦୭ ଟି ଲୋକାଲ କେସ ବୋଲି ଜଣାପଡିଛି ଜ୍ଝ ଏନେଇ ରାଜ୍ୟ ସରକାରଙ୍କ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଆଜି ଗଞ୍ଜାମ ଜିଲ୍ଲାରୁ ୨୮୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ୧୦୭, ବାଲେଶ୍ୱର ଜିଲ୍ଲାରୁ ୬୧, ଜଗତସିଂହପୁରରୁ ୨୬, ମୟୂରଭଞ୍ଜ ୨୧, କଟକ ୧୬ , ଅନଗୁଳ ୧୪, ସୁନ୍ଦରଗଡ଼, ନୟାଗଡ଼ ଜିଲ୍ଲାରୁ ୧୫ ଲେଖାଏ, ସମ୍ବଲପୁର ଜିଲ୍ଲାରୁ ୧୦, କେନ୍ଦ୍ରାପଡ଼ା ୯, ମାଲକାନଗିରିରୁ ୧୩ ଓ ପୁରୀରୁ ୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ବଲାଙ୍ଗିର, ବୌଦ୍ଧ, ଢେଙ୍କାନାଳ ଜିଲ୍ଲାରୁ ୨, ଭଦ୍ରକ , ଯାଜପୁର, କେନ୍ଦୁଝର ଜିଲ୍ଲା, ଝାରସୁଗୁଡ଼ା, କୋରାପୁଟ ଓ ରାୟଗଡ଼ାରୁ ଜଣେ ଲେଖାଏ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ସମୁଦାୟ ୧୪,୮୯୮ ଆକ୍ରାନ୍ତଙ୍କ ମଧ୍ୟରୁ ୯୮୬୪ ଜଣ ସୁସ୍ଥ ହୋଇ ସାରିଥିବା ବେଳେ ୪୯୩୩ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧିନ ଅଛନ୍ତି ।

Related posts

ଜଳଗାଓଁରେ ମର୍ମନ୍ତୁଦ ସଡକ ଦୁର୍ଘଟଣା: ୧୫ ମୃତ

mahabharatanews

ଅଯୋଧ୍ୟା ମାମଲାରୁ ହଟିଲେ ଧାୱନ

mahabharatanews

ଆନ୍ଧ୍ର ରାଜ୍ୟପାଳଙ୍କ ୪ କର୍ମଚାରୀ ସଂକ୍ରମିତ, ସେମାନଙ୍କର ନାହିଁ କୌଣସି ଟ୍ରାଭେଲ ହିଷ୍ଟ୍ରି

mahabharatanews