ଓଡିଶା

କଟକ ସହରରେ ପୁଣି ୨ କରୋନା ପଜିଟିଭ

(କଟକ):ବୁଧବାର କଟକ ଜିଲ୍ଲାରୁ ୪ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ କେବଳ କଟକ ସହରରୁ ୨ ଜଣ ସାମିଲ ଅଛନ୍ତି । ଏମାନେ ଦୁହେଁ ସ୍ଥାନୀୟ ଯୁବକ ଓ ପୂର୍ବରୁ ସଂକ୍ରମିତଙ୍କ ସଂସ୍ପର୍ଶରେ ଏମାନେ ଆକ୍ରାନ୍ତ ହୋଇଥିବା ସିଏମସି ପକ୍ଷରୁ ଟ୍ୱିଟ କରି ସୂଚନା ଦିଆଯାଇଛି । ତେବେ ଜଣେ କ୍ୟାଣ୍ଟନମେଣ୍ଟ ରୋଡ ଅଞ୍ଚଳରୁ ଚିହ୍ନଟ ହୋଇଥିବା ବେଳେ ଅନ୍ୟ ଜଣେ ରାଣୀହାଟ ଅଞ୍ଚଳର ବୋଲି ଜଣାପଡିଛି । ସ୍ୱାବ ରିପୋର୍ଟ ଆସିବା ପରେ ଉଭୟଙ୍କୁ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ସମୁଦାୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୭୫୨ରେ ପହଞ୍ଚିଛି । ସେମାନଙ୍କ ମଧ୍ୟରୁ ୩୯୮୮ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୭୪୦ ଜଣ ଏବେ ଚିକିତ୍ସାଧୀନ ରହିଛନ୍ତି ।

Related posts

ନୂଆ ବସଷ୍ଟାଣ୍ଡସ୍ଥିତ ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ସାମୁହିକ ମାଲ୍ୟାର୍ପଣ

mahabharatanews

ମାନସିକ ପୂରଣ ପାଇଁ ନିଆଁରେ ଚାଲିଲେ ମାନସିକଧାରୀ, ଭିଡ଼ିଓ ଭାଇରଲ !

mahabharatanews

କେତେକ ସ୍ଥାନରେ ଘନ କୁହୁଡ଼ି ସମ୍ଭାବନା 

mahabharatanews