(ଦିଲ୍ଲୀ) : ଦିନକୁ ଦିନ ପୁଣି ଥରେ ମୁଣ୍ଡ ଟେକିବା ଆରମ୍ଭ କଲାଣି କରୋନା ସଂକ୍ରମଣ । ଏହାରି ଭିତରେ ଦୈନିକ କରୋନା ମାମଲାରେ କମୁଥିବା ସୂଚନା ମିଳିଛି । ଗତ ୨୪ ଘଣ୍ଟାରେ କରୋନା ମାମଲା ୩ ହଜାର ପରେ ରହିଥିବା ବେଳେ ୨୦ ଜଣଙ୍କର ମୃତ୍ୟୁ ହୋଇଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁସାରେ ଗତ ୨୪ ଘଣ୍ଟାରେ ସାରା ଦେଶରେ ମୋଟ ୩ ହଜାର ୭୨୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ସୂଚନାନୁଯାୟୀ , ମୃତ୍ୟୁ ସଂଖ୍ୟା ମଧ୍ୟ ହ୍ରାସ ହୋଇଥିଲା । କିନ୍ତୁ ବର୍ତ୍ତମାନ କରୋନା ମାମଲା ସ୍ଥିର ରହିଥିବା ବେଳେ ମୃତ୍ୟୁ ସଂଖ୍ୟାରେ ପୁଣି ବୃଦ୍ଧି ହୋଇଛି । ଏଥି ସହିତ ୭ ହଜାର ୬୯୮ ଜଣ ରୋଗୀ ସୁସ୍ଥ ହୋଇଛନ୍ତି । ଏହା ପରେ ଦେଶରେ ସକ୍ରିୟ ମାମଲା ୪୦ ହଜାର ୧୭୭ ରେ ପହଞ୍ଚିଛି ।
ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା କରୋନା ରୋଗୀଙ୍କୁ ମିଶାଇ ଦେଶରେ ବର୍ତ୍ତମାନ ମୋଟ ୪ କୋଟି ୪୯ ଲକ୍ଷ ୫୬ ହଜାର ୭୧୬ ରୋଗୀ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ମୋଟ ୪ କୋଟି ୪୩ ଲକ୍ଷ ୮୪ ହଜାର ୯୫୫ ଜଣ କରୋନା ରୋଗୀ ସୁସ୍ଥ ହୋଇସାରିଛନ୍ତି ।