ଓଡିଶା

ବଢୁଛି କରୋନା : ଦେଶରେ ଚତୁର୍ଥ ସ୍ଥାନରେ ଓଡିଶା

(ଭୁବନେଶ୍ୱର) : ପୁଣି ଧୀରେ ଧୀରେ ମୁଣ୍ଡ ଟେକିବା ଆରମ୍ଭ କଲାଣି କରୋନା ସଂକ୍ରମଣ । ରାଜ୍ୟରେ ଏବେ ଦୈନିକ ସଂକ୍ରମଣ ୫ଶହ ଉପରେ ଜାରି ରହିଛି। ଏହାକୁ ମିଶାଇ ରାଜ୍ୟରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୩୮୬୯କୁ ବୃଦ୍ଧି ପାଇଛି। ଚିକିତ୍ସାଧୀନ ରୋଗୀଙ୍କ ତାଲିକାରେ ଓଡ଼ିଶା ଏବେ ଦେଶରେ ଚତୁର୍ଥ ସ୍ଥାନରେ ରହିଛି।

ବୌଦ୍ଧ ବାଦ୍ ସୋନପୁର, ସୁନ୍ଦରଗଡ଼, ସମ୍ବଲପୁର, କଳାହାଣ୍ଡି ଓ ନୂଆପଡ଼ା ଜିଲ୍ଲାରେ ସଂକ୍ରମଣ ହାର ୧୦ ପ୍ରତିଶତରୁ ଅଧିକ ରହିଛି। ପୂର୍ବରୁ ଦକ୍ଷିଣ ଓଡ଼ିଶାରେ ସଂକ୍ରମଣ ହାର ଅଧିକ ରହୁଥିବା ବେଳେ ଏବେ ପଶ୍ଚିମ ଓଡ଼ିଶାର ଜିଲ୍ଲା ଏଥିରେ ଯୋଡ଼ି ହୋଇଛି ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛି ।

Related posts

ଅମାନିଆଙ୍କ ଠାରୁ ଆଦାୟ ହେଲା ୨୩ହଜାର୨୦୦ଟଙ୍କା ଜରିମାନ।

mahabharatanews

କେନ୍ଦ୍ରାପଡା ଲୋକସେବା କ୍ଷେତ୍ରରେ ମେଗା ସ୍ୱାସ୍ଥ୍ୟମେଳା

mahabharatanews

ଚଳନ୍ତା ଟ୍ରେନରେ ହୁ ହୁ ହୋଇ ଲାଗିଲା ନିଆଁ

mahabharatanews