ଓଡିଶା

ଆଉ ୩ ସଂକ୍ରମିତ ଚିହ୍ନଟ

ବଢୁଛି କରୋନା ସଂକ୍ରମଣ । ରାଜ୍ୟରେ ଆଉ ୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ପରେ ମୋଟ ସକ୍ରିୟଙ୍କ ସଂଖ୍ୟା 8ରେ ପହଞ୍ଚିଛି । ପୂର୍ବରୁ 5ଜଣ ପଜିଟିଭ୍ ଚିହ୍ନଟ ହୋଇଥିଲେ ।   ଦେଶରେ ମଧ୍ୟ ବଢ଼ିଚାଲିଛି କରୋନା ପଜିଟିଭଙ୍କ ସଂଖ୍ୟା । ଗତ 24 ଘଣ୍ଟା ମଧ୍ୟରେ ଦେଶରେ ଆଉ 692 ନୂଆ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କର୍ଣ୍ଣାଟକରେ 2ଜଣ ଓ ଗୁଜରାଟରୁ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି ।

ଏନେଇ ସ୍ୱାସ୍ଥ୍ୟ ନିର୍ଦେଶକ ଡାକ୍ତର ବିଜୟ ମହାପାତ୍ର କହିଥିଲେ, ସମସ୍ତ ସଂକ୍ରମିତଙ୍କ ଲକ୍ଷଣ କମ ଅଛି । ସେମାନଙ୍କର କେବଳ ଥଣ୍ଡା କାଶ ରହିଛି । କେହି ହସ୍ପିଟାଲରେ ନାହାଁନ୍ତି, ଘରେ ଚିକିତ୍ସିତ ହେଉଛନ୍ତି । ପ୍ରଥମ ଦୁଇ ରୋଗୀ କଟକର । ଅନ୍ୟ ରୋଗୀଙ୍କର ପ୍ରୋଟୋକଲ ଅନୁସାରେ ତଦନ୍ତ କରାଯାଉଛି । ପ୍ରଥମ ଦୁଇ ଜଣଙ୍କ ଟ୍ରାଭେଲ ହିଷ୍ଟ୍ରି ନାହିଁ । ସର୍ଭେଲାନ୍ସ ଆହୁରି ବଢ଼ାଯିବ । ଯାହାର ଲକ୍ଷଣ ଦେଖାଯାଉଛି, ସେମାନେ ପରୀକ୍ଷା କରନ୍ତୁ ଓ ଘରେ ରୁହନ୍ତୁ ।

Related posts

ରାସ୍ତା ନଥିବାରୁ ପ୍ରସଭ ମହିଳାଙ୍କୁ ବୋହିଲେ ଆମ୍ବୁଲାନ୍ସ ଡ୍ରାଇଭର

mahabharatanews

୧୭ ପରେ ଆସିପାରେ ଶୀତ

mahabharatanews

ରାଜ୍ୟରେ ୧୦୯୯ ଖାଲି ଏଏନଏମ ପଦବୀ ପୂରଣ କରାଯିବ: ନବ ଦାସ

mahabharatanews