Uncategorized

କରୋନା ଚିକିତ୍ସା ପାଇଁ ଆୟୁର୍ବେଦିକ ଔଷଧ କରୋନିଲ ଲଞ୍ଚ ହେବ 

ହରିଦ୍ବାର: ମହାମାରୀ କରୋନା ଭୂତାଣୁର ଚିକିତ୍ସା ପାଇଁ ଯୋଗଗୁରୁ ବାବା ରାମଦେବଙ୍କ ସଂସ୍ଥା ପତଞ୍ଜଳି ଦେଶରେ ପ୍ରଥମ କରି ପ୍ରସ୍ତୁତ କରିଥିବା ଆୟୁର୍ବେଦିକ ଔଷଧ ଆଜି ଲଞ୍ଚ କରାଯାଉଛି । ଔଷଧର ନାମକରଣ କରାଯାଇଛି ‘କରୋନିଲ’। ଉତ୍ତରାଖଣ୍ଡ ହରିଦ୍ବାର ଯୋଗପୀଠରେ ଏହାର ଶୁଭାରମ୍ଭ କରାଯିବ। ପତଞ୍ଜଳି କରୋନା ଚିକିତ୍ସା ପାଇଁ ଆୟୁର୍ବେଦିକ ଔଷଧ ପ୍ରସ୍ତୁତ କରିଥିବା ନେଇ ନିକଟରେ ସଂସ୍ଥାର ମୁଖ୍ୟ କାର୍ୟ୍ୟନିର୍ବାହୀ ଅଧିକାରୀ(ସିଇଓ) ଆଚାର୍ୟ୍ୟ ବାଲକ୍ରିଷ୍ଣ ଦାବି କରିଥିଲେ। ଅଶ୍ଵଗନ୍ଧା, ଗିଲଏ ଏବଂ ତୁଳସୀରୁ ପ୍ରସ୍ତୁତ ଏହି ଔଷଧ କରୋନା ରୋଗୀଙ୍କୁ ୧୦୦ ପ୍ରତିଶତ ଆରୋଗ୍ୟ କରିବାରେ ସଫଳ ହୋଇଥିବା ବାବା ରାମଦେବ ପ୍ରକାଶ କରିଛନ୍ତି।
ବାଲକ୍ରିଷ୍ଣ କହିଛନ୍ତି, ପତଞ୍ଜଳିର ଏହି ଔଷଧ ଦ୍ବାରା ୫ରୁ ୧୪ ଦିନ ମଧ୍ୟରେ କରୋନା ରୋଗୀ ଆରୋଗ୍ୟ ହେଉଛି। କରୋନା ବ୍ୟାପିବା ପରେ ସଂସ୍ଥା ଏକ ବୈଜ୍ଞାନିକ ଟିମ୍‌ଙ୍କୁ ନିଯୁକ୍ତ କରିଥିଲୁ। ପ୍ରଥମତଃ ଏହି ଭୂତାଣୁକୁ ଅନୁଧ୍ୟାନ କରାଯାଇ ଏହା ସହିତ ଲଢ଼ିବା ଓ ଶରୀରରେ ଏହା ନ ବ୍ୟାପିବା ଲାଗି ଆବଶ୍ୟକ ଯୌଗିକଗୁଡ଼ିକୁ ଚିହ୍ନଟ କରାଯାଇଥିଲା। ଔଷଧ ପ୍ରସ୍ତୁତ ହେବା ପରେ ୧୦୦ ରୋଗୀଙ୍କୁ ନେଇ ଏକ ପରୀକ୍ଷା ହୋଇଥିଲା, ଯେଉଁଥିରେ ୧୦୦ ପ୍ରତିଶତ ସଫଳତା ମିଳିଛି। ଔଷଧ ସେବନ କରିବା ପରେ କରୋନା ରୋଗୀମାନେ ୫ରୁ ୧୪ ଦିନ ମଧ୍ୟରେ ଆରୋଗ୍ୟ ହୋଇଥିବା ସହ ଚିକିତ୍ସା ପରେ ହୋଇଥିବା ପରୀକ୍ଷା ରିପୋର୍ଟ ନେଗେଟିଭ ଆସିଥିବା କହିଛନ୍ତି ବାଲକ୍ରିଷ୍ଣ। ତେଣୁ ଆୟୁର୍ବେଦ ମାଧ୍ୟମରେ କରୋନାର ଚିକିତ୍ସା ସମ୍ଭବ ବୋଲି ବାଲକ୍ରିଷ୍ଣ କହିଛନ୍ତି। ଆଗାମୀ ୪/୫ ଦିନ ମଧ୍ୟରେ ଆମେ ଚିକିତ୍ସା ସମ୍ପର୍କିତ ତଥ୍ୟ ଏବଂ ପ୍ରମାଣ ପ୍ରକାଶ କରାଯିବ ବୋଲି ସେ କହିଛନ୍ତି।

Related posts

ସୁପ୍ରିମକୋର୍ଟରେ ଓମାରଙ୍କ ଅଟକ ମାମଲା

mahabharatanews

ସରକାରୀ କାର୍ଯ୍ୟକ୍ରମରେ ପତ୍ନୀଙ୍କ ଉପସ୍ଥିତି ନେଇ ପ୍ରଶ୍ନରେ ଦିନକର କ୍ଷୁବ୍ଧ

mahabharatanews

କରୋନା ମୁକାବିଲାରେ  ଧାରାବୀ ବସ୍ତୀ ପାଲଟିଛି ଉଦାହରଣ ପାଲଟିଛି

mahabharatanews