କୋଲକାତା: ପଶ୍ଚିମ ବଙ୍ଗ ରାଜ୍ୟପାଳ ଜଗଦୀପ ଧନକର ଏକ ସରକାରୀ କାର୍ଯ୍ୟକ୍ରମରେ ତାଙ୍କ ପତ୍ନୀଙ୍କ ସହ ଯୋଗ ଦେବାକୁ ନେଇ ଶିକ୍ଷା ମନ୍ତ୍ରୀଙ୍କ ପ୍ରତିକ୍ରିୟାକୁ ବିରୋଧ କରିଛନ୍ତି । ଏଥିନେଇ ମନ୍ତ୍ରୀ ସାଧାରଣରେ କ୍ଷମା ପ୍ରାର୍ଥନା କରିବାକୁ ସେ ଦାବି କରିଛନ୍ତି । ଧନକର କହିଛନ୍ତି, ତାଙ୍କ ପତ୍ନୀଙ୍କୁ ଆମନ୍ତ୍ରଣ କରାଯାଇଥିବାରୁ ହିଁ ସେ କାର୍ଯ୍ୟକ୍ରମରେ ଉପସ୍ଥିତି ଥିଲେ ।
ଶିକ୍ଷା ମନ୍ତ୍ରୀ ରାଜ୍ୟର ପ୍ରଥମ ମହିଳାଙ୍କ ଉପସ୍ଥିତିକୁ ନେଇ ଉଠାଇଥିବା ପ୍ରଶ୍ନରେ ଉତ୍କ୍ଷିପ୍ତ ହୋଇ ରାଜ୍ୟପାଳ କହିଛନ୍ତି, ରାଜ୍ୟର ମୁଖ୍ୟମନ୍ତ୍ରୀ ଜଣେ ମହିଳା ହୋଇଥିବାରୁ ସେ ଅତ୍ୟନ୍ତ ଏହି ଘଟଣାର ସମ୍ବେଦନତା ବୁଝିବା ଆବଶ୍ୟକ । ସେ ଆହୁରି କହିଛନ୍ତି, ରାଜ୍ୟର ପ୍ରଥମ ମହିଳା ଭାବେ କୌଣସି କାର୍ଯ୍ୟକ୍ରମରେ ଆମନ୍ତ୍ରିତ ହୋଇ ସେଠାରେ ଉପସ୍ଥିତ ହେବା କାର୍ଯ୍ୟକ୍ରମକୁ ଆହୁରି ଗୌରବାନ୍ୱିତ କରିଥାଏ । ଯଦି ନିମନ୍ତ୍ରଣ ହୋଇ ନ ଥାନ୍ତେ, ତେବେ ସେ ସେଠାକୁ ଯାଇ ନ ଥାନ୍ତେି । ତେବେ ମୋ ସ୍ତ୍ରୀଙ୍କୁ ନେଇ ଏପରି ଘଟଣା ଘଟିଥିବାରୁ ଏହା ଉପରେ ଅଧିକ ପ୍ରତିକ୍ରିୟାଶୀଳ ହେଉନାହିଁ । କିନ୍ତୁ ଅନ୍ୟ କୌଣସି ମହିଳାଙ୍କ ସହ ଏପରି ଘଟିଥିଲେ ମୁଁ ଅଧିକ ପ୍ରତିକ୍ରିୟାଶୀଳ ହୋଇଥାନ୍ତି । ଆମର ସଂସ୍କୃତି ଏସବୁକୁ ଅନୁମତି ଦୁଏ ନାହିଁ ।
ସୂଚନା ଯେ।।ଗ୍ୟ, ବୁଧବାର ଦିନ ଏକ ସରକାରୀ କାର୍ଯ୍ୟକ୍ରମରେ ରାଜ୍ୟପାଳ ତାଙ୍କ ପତ୍ନୀଙ୍କ ସହ ଉପସ୍ଥିତ ଥିଲେ । ଏହାକୁ ନେଇ ଶିକ୍ଷା ମନ୍ତ୍ରୀ ପ୍ରଶ୍ନକରିଥିଲେ କି, ଏହା ଏକ ସରକାରୀ କାର୍ଯ୍ୟକ୍ରମ ହୋଇଥିବାରୁ ଏଠାକୁ ତାଙ୍କ ପତ୍ନୀଙ୍କୁ ଆଣିବା ଅସାମ୍ବିଧାନିକ । କେବେ ମାନ୍ୟବର ରାଜ୍ୟପାଳଙ୍କୁ ଏଥିନେଇ ପଚରାଯାଇଛି କି, କଣ ତାଙ୍କ ପତ୍ନୀଙ୍କ ସହ ଲୋକସମ୍ପର୍କ ଅଭ୍ୟାସରେ ଅଛନ୍ତି ବୋଲି ଭାବୁଛନ୍ତି । ଯାହାକୁ ନେଇ ଦିନକର ଭଡକି ଯାଇଛନ୍ତି ଓ ଶିକ୍ଷା ମନ୍ତ୍ରୀଙ୍କ ଏପରି ବେପରୁଆ ବୟାନକୁ ନେଇ ସେ ସର୍ବସାଧାରଣରେ କ୍ଷମା ପ୍ରର୍ଥନା କରନ୍ତୁ ବୋଲି ସେ ଦାବି କରିଛନ୍ତି ।
previous post
next post