ଓଡିଶା

ସ୍ୟାଣ୍ଡ ଆନିମେସନ ଫିଲ୍ଲ ମାଧ୍ୟମରେ ରଥଯାତ୍ରା ଉପସ୍ଥାପନା

(ଜୟନ୍ତ କୁମାର ସେଠୀ/ଗୋପ): କରୋନା ମହାମାରୀ ପାଇଁ ଚଳିତବର୍ଷ କେବଳ ପୁରୀ ରଥଯାତ୍ରା ପାଇଁ ସୁପ୍ରିମକୋର୍ଟ କୋଭିଡ ଗାଇଲାଇନ ପାଳନ କରି ଏହାର ରଥଟଣାକୁ ଅନୁମତି ଦେଇଛନ୍ତି । ଯାହାକୁ ନେଇ ଜଗନ୍ନାଥ ପ୍ରେମୀଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି । ତେବେ ବଡ ଠାକୁର ଶ୍ରୀଜଗନ୍ନାଥଙ୍କ ପ୍ରତି ଶ୍ରଦ୍ଧାଳୁମାନଙ୍କ ଭାବନାକୁ ସ୍ୟାଣ୍ଡ ଆନିମେସନ ଫିଲ୍ମ ମାଧ୍ୟମରେ ଉପସ୍ଥାପନା କରିଛନ୍ତି ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ । ପ୍ରାୟ ଦେଢ ମିନିଟର ଏହି ଫିଲ୍ମରେ ସେ ତାଙ୍କ କଳାକୃତିର ପ୍ରଦର୍ଶନ କରିଛନ୍ତି । ଏଥିରେ ବାଲୁକାରେ ପ୍ରସ୍ତୁତ କାଳିଆ ଠାକୁରଙ୍କ ସହ ବଡଦାଣ୍ଡରେ ତିନି ରଥର ଚିତ୍ର ଦେଖିବାକୁ ମିଳିଛି । ୩ ରଥରେ ବିଜେ ହୋଇଛନ୍ତି ତିନି ଠାକୁର । ଏହି ଭିଡିଓକୁ ସେ ଟୁଇଟରରେ ପୋଷ୍ଟ କରିଛନ୍ତି । କରୋନା ମହାମାରୀ ସମୟରେ ବାଲୁକା ଶିଳ୍ପୀ ମାନସ ସାହୁଙ୍କ ଏଭଳି କୃତି ବେଶ ମନଲୋଭା ହୋଇଥିବା ବେଳେ ଭକ୍ତମାନଙ୍କ ହୃଦୟ ଜିଣି ପାରିଛି ।

Related posts

ପୁରୀ ଜିଲ୍ଲାର ବିଭିନ୍ନ ହସ୍ପିଟାଲରେ କେମିକାଲ ସିଞ୍ଚନ କରାଯାଇ ସାନିଟାଇଜ କରାଗଲା

mahabharatanews

କଣିହାଁ ପୋଲିସ୍ ଏସ୍ଆଇଙ୍କ ନାଲିଆଖି, ଗ୍ରାମବାସୀ ଅତିଷ୍ଠ

mahabharatanews

ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ୧୨ ମୁଣ୍ଡ ନେଲା କରୋନା

mahabharatanews